ରଣକ୍ଷେତ୍ର ପାଲଟିଲା ବିଧାନସଭା ମୁଖ୍ୟଗେଟ୍; କଂଗ୍ରେସ ପାଇଁ ବିଜେଡ଼ିର ପ୍ରେମ ପୀରତି !
କଂଗ୍ରେସର ହାଇଡ୍ରାମାକୁ ସାଥ ଦେଇଛି ବିଜେଡି। କଂଗ୍ରେସ ଓ ବିଜେଡି ବିଧାନସଭାରେ ବାହାରେ ପ୍ରତିବାଦ କରିଛନ୍ତି। ଉଭୟ ବିଧାନସଭା ଭିତରକୁ ପଶିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଛି। ଏହି ସମୟରେ ପୋଲିସ ସହ ମୁହିଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପୋଲିସ ବ୍ୟାରିକେଡ ଭାଙ୍ଗି ଦେଇଛନ୍ତି କଂଗ୍ରେସ ଓ ବିଜେଡି।
ଗୃହରେ ଆଜି ପ୍ରଶ୍ନକାଳ ଚାଲିଥିବାବେଳେ ବାଚସ୍ପତିଙ୍କ ବିବୃତ୍ତି ଦାବି କରିଥିଲା ବିଜେଡି । ଗତକାଲିର ଘଟଣାକୁ ନେଇ ବିବୃତି ଦାବି କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ବିବୃତି ଦାବି କରି କକ୍ଷତ୍ୟାଗ କରିଥିଲେ ବିଜେଡି ବିଧାୟକ। ପରେ ବିଧାନସଭା ବାହାରକୁ ଯାଇ କଂଗ୍ରେସର ସାଥ ଦେଇଥିଲା ବିଜେଡି।

ସୂଚନାଯୋଗ୍ୟ, ଗତକାଲି ବାଚସ୍ପତି ୧୨ ଜଣ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପରେ ହାଇଡ୍ରାମା ଚଲାଇଛି କଂଗ୍ରେସ। ଗତକାଲି ବିଧାନସଭା ଭିତରେ ଓ ବାହାରେ ତମ୍ବିତଫାନ ପରେ ରାଜରାସ୍ତାକୁ ଓହ୍ଲାଇଥିଲେ କଂଗ୍ରେସ ବିଧାୟକ। ମାଷ୍ଟରକ୍ୟାଣ୍ଟିନ ଛକରେ ରାତିସାରା ଧାରଣାରେ ବସିଥିଲେ କଂଗ୍ରେସ ବିଧାୟକ।ଘଣ୍ଟ ପିଟି ବିଧାନସଭା ଅଭିମୁଖେ ବାହାରିଥିଲେ କଂଗ୍ରେସ ବିଧାୟକ। ବିଧାନସଭା ଅଭିମୁଖେ ନିଲମ୍ବିତ ୧୨ ବିଧାୟକଙ୍କ ସହ ତାରା ଓ ରମେଶ ଜେନା ମଧ୍ୟ ସାମଲ ଅଛନ୍ତି। ମାଷ୍ଟର କ୍ୟାଣ୍ଟିନ ଛକ ଧାରଣାସ୍ଥଳରୁ ସେମାନେ ଚାଲିଚାଲି ଯାଇଛନ୍ତି।
ଏପଟେ ବିବୃତି ଦାବି କରି କକ୍ଷତ୍ୟାଗ କରିଥିବା ବିଜେଡି ବିଧାୟକକଂଗ୍ରେସ ସହ ବିଧାନସଭା ସମ୍ମୁଖରେ ମିଶିଯାଇଛନ୍ତି । ସେଇଠି ଦେଖିବାକୁ ମିଳିଛି ପୁଣି ହାଇଡ୍ରାମା, କଂଗ୍ରେସ ପରେ ବିଜେଡିର ହାଇଡ୍ରାମା। ମିଶିକି ବ୍ୟାରିକେଡ ଭାଙ୍ଗିଦେଲେ ବିଜେଡି ଓ କଂଗ୍ରେସ ବିଧାୟକ।












Click it and Unblock the Notifications