Odisha Assembly: ଗତ ୫ ବର୍ଷ ମଧ୍ୟରେ ୫୯ ହଜାର ୪୩୭ ଲୋକ ଅନଲାଇନ ଟ୍ରେଡିଙ୍ଗ ଠକେଇର ଶିକାର
ଅନଲାଇନ ଟ୍ରେଡିଙ୍ଗ ବର୍ତ୍ତମାନ ସମୟରେ ଠକେଇର ପ୍ରମୁଖ ମାଧ୍ୟମ ପାଲଟିଛି । ଯୁବ ପିଢି ଏହାର ଶିକାର ହେଉଛନ୍ତି । ଗତ ୫ ବର୍ଷ ଭିତରେ କେତେ ଯୁବପିଢି ଅନଲାଇନ ଟ୍ରେଡିଂ ଠକେଇର ଶିକାର ହୋଇଛନ୍ତି । ତାର ସମ୍ପୂର୍ଣ୍ଣ ତଥ୍ୟ ବିଧାନସଭାରେ ଉପସ୍ଥାପିତ ହୋଇଛି । କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଉତ୍ତର ରଖିଛନ୍ତି ।
ଗତ ୫ ବର୍ଷ ମଧ୍ୟରେ ୫୯ ହଜାର ୪୩୭ ଲୋକ ଅନଲାଇନ ଟ୍ରେଡିଙ୍ଗ ଠକେଇର ଶିକାର ହୋଇଛନ୍ତି । ୨୦୧୯ରେ ୧୮ ଜଣ, ୨୦୨୦ରେ ୨୮ ଜଣ, ୨୦୨୧ରେ ୨୨ ଜଣ ଏବଂ ୨୦୨୨ରେ ୧୦୫ ଜଣ ଅନଲାଇନ ଟ୍ରେଡିଙ୍ଗ ଠକେଇର ଶିକାର ହୋଇଥିଲେ । ତେବେ ୨୦୨୩ରେ ହଠାତ୍ ଏହା ଅହେତୁକ ଭାବେ ବଢି ୧୮ ହଜାର ୯୯୪ରେ ପହଞ୍ଚିଥିଲା ଆଉ ଚଳିତ ବର୍ଷ ଏହା ରେକର୍ଡ ପାର୍ କରିଛି । ଏବର୍ଷ ୧୧ ମାସରେ ୪୦ ହଜାର ୨୭୦ ଜଣ ଅନଲାଇନ ଟ୍ରେଡିଂ କରି ଠକାମୀରେ ପଡିଛନ୍ତି ।

ତିନି ବର୍ଷରେ ଜେଲ ଭିତରେ ଯାଇଛି ୧୭୮ ଜଣଙ୍କ ଜୀବନ । ପ୍ରତ୍ୟେକ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଦ୍ବାରା କରାଯାଇଅଛି ତଦନ୍ତ । ବିଧାନସଭା ଗୃହରେ ଲିଖତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଥିବା ଜେଲମାନଙ୍କରେ ବଡୁଛି କଏଦୀଙ୍କ ମୃତ୍ୟୁସଂଖ୍ୟା। ରାଜ୍ୟରେ ଥିବା ୮୫ଟି କାରାଗାର ମଧ୍ୟରୁ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମ, ଜାମୁଝରି ଓ ନାରୀବନ୍ଦୀ ନିକେତନ, ସମ୍ବଲପୁର ବ୍ୟତୀତ ଅନ୍ୟ କାରାଗାରମାନଙ୍କରେ ବନ୍ଦୀ ରହୁଥିବା ଶୟନ କକ୍ଷରେ ଉ.ଉ. କ୍ୟାମେରା ସଂଯୁକ୍ତ କରାଯାଇଅଛି । ଏହି ବ୍ୟବସ୍ଥା ୨୦୦୮ ମସିହାରେ ପ୍ରଚଳନ ହୋଇଛି । କାରାଗାରଗୁଡିକର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା ପ୍ରଚଳନ କରାଯାଇଅଛି । ଏହାସହ ଏସବୁ ମୃତ୍ୟୁ ଘଟଣାର ବିଭାଗୀୟ ତଦନ୍ତ ସମ୍ପୃକ୍ତ ମାଜିଷ୍ଟ୍ରେଟଙ୍କ ଦ୍ବାରା ହେଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ସାଧାରଣ ନିର୍ବାଚନକୁ ଆସି ୬ ମାସ ହେଲାଣି, ହେଲେ ଏଯାଏଁ ସରକାରୀ କ୍ୱାର୍ଟର ଛାଡିନାହାଁନ୍ତି ପୂର୍ବତନ ବିଧାୟକ । ରାଜ୍ୟର ପ୍ରାୟ ୧୪ ଜଣ ପୂର୍ବତନ ବିଧାୟକ ଏବେ ବି ସରକାରୀ କ୍ୱାର୍ଟରରେ ରହୁଛନ୍ତି । ଯାହାକୁ ନେଇ ଆଜି ବିଧାନସଭାରେ ଉଠିଛି ପ୍ରଶ୍ନ । ବାଲେଶ୍ୱର ବିଜେପି ବିଧାୟକ ମାନସ କୁମାର ଦତ୍ତ ଆଜି ଏନେଇ ମୁଖ୍ୟମନ୍ତ୍ରୀଙ୍କଠାରୁ ଉତ୍ତର ମାଗିଥିଲେ । ଯାହାର ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।












Click it and Unblock the Notifications