Get Updates
Get notified of breaking news, exclusive insights, and must-see stories!

Odisha Assembly: 5 ବର୍ଷରେ 447 ସରକାର ବାବୁଙ୍କ ବାହାରିଛି ଆୟ ବହିର୍ଭୂତ ସମ୍ପତ୍ତି

ଗତ 5 ବର୍ଷ ମଧ୍ୟରେ ରାଜ୍ୟରେ ମୋଟ 447 ଜଣ ସରକାର ବାବୁଙ୍କ ନିକଟରୁ ଆୟ ବହିର୍ଭୂତ ସମ୍ପତ୍ତି ଜବତ ହୋଇଛି । 2019 ଜାନୁଆରୀ ପହିଲାରୁ 2023 ଡିସେମ୍ବର 31 ମଧ୍ୟରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଓଡିଶା ଭିଜିଲାନ୍ସ ବିଭାଗ । ସେହିପରି ରାଜ୍ୟରେ ମୋଟ 594 ଜଣ ସରକାରୀ କର୍ମଚାରୀ ଲାଞ୍ଚ ନେଇ ଧରା ପଡିଛନ୍ତି । ଗତକାଲି ବିଧାନସଭାରେ କାଡ୍ରାକା ଆପାଲା ସ୍ୱାମିଙ୍କ ପ୍ରଶ୍ନରେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ଗୃହରେ ଉତ୍ତର ରଖିଛନ୍ତି ।

ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ
କଂଗ୍ରେସ ବିଧାୟକ କାଡ୍ରାକା ଆପାଲା ସ୍ବାମି ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ କରିଥିଲେ, ରାଜ୍ୟରେ ଦୁର୍ନୀତି ନିବାରଣ ପକ୍ଷରୁ ଗତ 5 ବର୍ଷ ମଧ୍ୟରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ହୋଇଛି, କେତେଜଣ ସରକାରୀ ଅଧିକାରୀଙ୍କ ବିରୋଧରେ ମାମଲା ରଜୁ ହୋଇଛି । ବର୍ଷ ଏବଂ ଜିଲ୍ଲାୱାରୀ ତଥ୍ୟ ରଖିବେ କି ? କେତେଜଣ ସ୍ବତନ୍ତ୍ର କୋର୍ଟ ଦ୍ବାରା ଦଣ୍ଡିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦଣ୍ଡିତ ହେବା ପରେ ମଧ୍ୟ ସରକାରୀ କାର୍ଯ୍ୟରେ ନିୟୋଜିତ ଅଛନ୍ତି ଏହା ନେଇ ସରକାରଙ୍କ ଆଭିମୁଖ୍ୟ କ'ଣ ?

Odisha Assembly

୪୪୭ ଜଣ ବାବୁଙ୍କ ବିରୁଦ୍ଧରେ ଆୟ ବହିର୍ଭୂତ ମାମଲା
ଏହାର ଉତ୍ତର, ଗୃହ ବିଭାଗ ନିଜ ଅଧୀନରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଖିଥିଲେ । ମୁଖ୍ୟମନ୍ତ୍ରଙ୍କ ଉତ୍ତର ଅନୁସାରେ, ରାଜ୍ୟରେ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ପକ୍ଷରୁ ଗତ ପାଞ୍ଚ ବର୍ଷ ତା ୨୦୧୯ ଜାନୁଆରୀ ପହିଲାରୁ ୨୦୨୩ ମସିହା ଡିସେମ୍ବର ଶେଷ ମଧ୍ୟରେ ମୋଟ ୪୪୭ ଜଣ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାମଲା ରଜ୍ଜୁ ହୋଇଛି । ସେହିପରି ଉପରୋକ୍ତ ସମୟ ମଧ୍ୟରେ (ଉକ୍ତ 5 ବର୍ଷ) ମୋଟ ୫୯୪ ଜଣ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଲାଞ୍ଚ ନେବା ମାମଲା ରଜୁ ହୋଇଅଛି । ଏହାର ଏକ ବର୍ଷୱାରୀ ଏବଂ ଜିଲ୍ଲାୱାରୀ ତଥ୍ୟ ମଧ୍ୟ ଲିଖିତ ଆକାରରେ ସଲଗ୍ନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+