Odisha Assembly: ଚାଲିପାରିଲାନି ଗୃହ; ସୋମବାର ଯାଏଁ ବିଧାନସଭା ମୁଲତବି

ଚାଲିପାରିଲାନି ଗୃହ । ସକାଳୁ ନେଇ ଅପରାହ୍ନ ଯାଏଁ ଗତକାଲି ଦେଖିବାକୁ ମିଳିଲା ହୋହାଲ୍ଲା ଓ ହଟ୍ଟଗୋଳର ଦୃଶ୍ୟ । ଯାହା ଫଳରେ ସୋମବାର ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତି ।

ତେବେ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ୟ୍ୟାୟ ଆରମ୍ଭରୁ ଦୁଇଟି ପ୍ରସଙ୍ଗରେ ସରକାରକୁ ଘେରିଥିଲେ ବିରୋଧୀ । ଗୋଟିଏ ପଟେ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ଘଟଣାକୁ ପ୍ରସଙ୍ଗ କରିଥିଲା ବିଜେଡି । ସେପଟେ ରାଜ୍ୟରେ ନାରୀ ନିର୍ଯ୍ୟାତନା ଓ ଆଇନଶୃଙ୍ଖଳା ପ୍ରସଙ୍ଗକୁ ପ୍ରମୁଖ ମୁଦ୍ଦା କରିଥିଲା କଂଗ୍ରେସ । ଉଭୟ ଦଳ ପ୍ଲାକାର୍ଡ ଧରି ଗୃହରେ ହୋହଲ୍ଲା କରିବା ସହ ବିଧାନସଭା ବାହାରେ ମଧ୍ୟ ପ୍ରତିବାଦ କରିଥିଲେ । ଯେଉଁଥିପାଇଁ ଆଜି ଅଚଳ ରହିଥିଲା ଗୃହକାର୍ଯ୍ୟ ।

ଗଲା ବର୍ଷ ରାଜନୈତିକ ବିବାଦ ସୃଷ୍ଟି କରିଥିବା ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ କରିବା ପ୍ରସ୍ତାବ ଉପରେ ଶୁକ୍ରବାର ଓଡ଼ିଶାର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସ୍ପଷ୍ଟ କରିଛନ୍ତି। "କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ପାଇଁ କୌଣସି ପ୍ରସ୍ତାବ ବର୍ତ୍ତମାନ ରାଜ୍ୟ ସରକାରଙ୍କ ବିଚାରାଧୀନ ନାହିଁ," ବୋଲି ବିଧାନସଭାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉତ୍ତରରେ ମନ୍ତ୍ରୀ କହିଛନ୍ତି।

ଗତ ବର୍ଷ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୫୬ ବର୍ଷ ପୁରୁଣା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ କରିବାକୁ ପରାମର୍ଶ ଦେବା ପରେ ଏକ ବିବାଦ ସୃଷ୍ଟି ହୋଇଥିଲା।

"ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ କରିବାର ଆବଶ୍ୟକତା ଅଛି। ରେଭେନ୍ସା ଯାହାଙ୍କ ନାମରେ ବିଶ୍ୱବିଦ୍ୟାଳୟର ନାମକରଣ ହୋଇଛି, ଦୁର୍ଭିକ୍ଷ ସମୟରେ କ'ଣ କରିଥିଲେ," କଟକରେ ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଶ୍ନ କରିଥିଲେ। ଏହା ରାସ୍ତାରେ ବିରୋଧ ପ୍ରଦର୍ଶନ କରିଥିଲା ​​ଏବଂ ବିରୋଧୀ ଦଳଗୁଡ଼ିକ ତାଙ୍କଠାରୁ କ୍ଷମା ମାଗିଥିଲେ।

Odisha Assembly

ଗୁରୁବାର ଗୃହରେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏକ ପ୍ରଶ୍ନ କରିଥିଲେ। ବିଧାୟକ ସ୍ବାଇଁଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ରଖିଥିଲେ। ଉତ୍ତରରେ ମନ୍ତ୍ରୀ କହିଥିଲେ, ରାଜ୍ୟରେ ୨୦୨୪ ଜୁଲାଇରୁ ST ହଷ୍ଟେଲରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟିଛି। ଏପରିକି ରାୟଗଡ଼ା ଜିଲାରେ ସର୍ବାଧିକ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟିଥିବା ମନ୍ତ୍ରୀ କହିଛନ୍ତି। ରାଜ୍ୟର ବିଭିନ୍ନ ଜିଲାରେ ୨୬ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟିଥିବା ମନ୍ତ୍ରୀ ଗୃହରେ କହିଥିବା ବେଳେ ୬ଜଣ ଛାତ୍ରୀଛାତ୍ର ଆତ୍ମହତ୍ୟା କରିଥିବା ସେ ସୂଚନା ଦେଇଛନ୍ତି।

ଗୁରୁବାର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ପ୍ରବଳ ହଟ୍ଟଗୋଳ ସହିତ ଆରମ୍ଭ ହୋଇଥିଲା। ବିରୋଧୀ ବିଜେଡି ଏବଂ କଂଗ୍ରେସ ବିଧାୟକମାନେ ପୃଥକ ପୃଥକ ପ୍ରସଙ୍ଗ ଉପରେ ଗୃହ ଭିତରେ ହଟ୍ଟଗୋଳ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+