ମହାନଦୀ ପ୍ରସଙ୍ଗରେ କମ୍ପିଲା ଗୃହ, ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ୱର: ଆଜି ବି ଚାଲି ପାରିଲାନି ଗୃହକାର୍ଯ୍ୟ । ମହାନଦୀ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳରେ କମ୍ପିଲା ଗୃହ । ଗୃହର ମଧ୍ୟଭାଗରକୁ ଆସି ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ନାରାବାଜି କରିଛନ୍ତି । ଫଳରେ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।
ସ୍ୱତନ୍ତ୍ର ମୋସନ ଆକାରରେ ମହାନଦୀ ପ୍ରସଙ୍ଗରେ ଆଲୋଚନା ହେଉ ବୋଲ କଂଗ୍ରେସ ଦାବି କଲା । କଂଗ୍ରେସ ସହ ସ୍ୱର ମିଳାଇଲା ବିରୋଧୀ ବିଜେପି । ସେହିପରି ଗତକାଲି ବିଧାନସଭାରେ ମହାନଦୀ ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଟାର୍ଗେଟ କରିଥିଲା ଶାସକ ଦଳ । କେନ୍ଦ୍ରର ଟାଳଟୁଳ ନୀତି ପାଇଁ ମହାନଦୀ ଜଳ ବିବାଦର ସମାଧାନ ହୋଇପାରୁ ନଥିବା କହିଥିଲା ବିଜେଡି । ଅନ୍ୟପଟେ ବିଜେପି ଓ କଂଗ୍ରେସ ଭାଇ ଭାଇ ବୋଲି କହିଛି ବିଜେଡି। ଦୁଇ ଦଳ ମିଶି ଗୃହକୁ ଚଳାଇ ଦେଉ ନାହାନ୍ତି ।












Click it and Unblock the Notifications