ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ: ଦିନ ୧୧ଟା ୩୦ ଯାଏଁ ଗୃହ ମୁଲତବି

ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ । ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି ହଟ୍ଟଗୋଳ କଲେ । ବିଜେପି ଆଣିଥିବା ମୁଲତବି ପ୍ରସ୍ତାବ ଗୃହିତ ନ ହେବାରୁ ହଟ୍ଟଗୋଳ । ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତି ।

ପ୍ରଶ୍ନକାଳରେ ପ୍ରବଳ ହଙ୍ଗାମା କରିଥିଲେ ବିରୋଧୀ । ଏମିତିକି ବାଚସ୍ପତିଙ୍କ ପୋଡିୟମ ତଳେ ବସି ନାରାବାଜି କରିଥିଲେ ବିରୋଧୀ । ଫଳରେ ଗୃହରେ ପରିସ୍ଥିତି ଏମିତି ହୋଇଥିଲା ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ । ଖୁବ କମ୍ ସମୟ ବିଧାନସଭା ବସୁଥିବା ବେଳେ ବିରୋଧୀ ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିବେ ।

ବିଜେପି ଆଣିଥିବା ମୁଲତବି ପ୍ରସ୍ତାବ ଗୃହିତ ନ ହେବାରୁ ବିଜେପି ସଦସ୍ୟ ହଟ୍ଟଗୋଳ କରିଥିଲେ । ମନ୍ତ୍ରୀ ବଡ଼ ନା ସଚିବ ବଡ଼ ପ୍ରସଙ୍ଗକୁ ନେଇ ବିରୋଧୀ ଗୃହରେ ମୁଲତବି ପ୍ରସ୍ତାବ ଆଣିଥିଲେ ।

ମାତ୍ର ଏହା ଗୃହିତ ନ ହେବାରୁ ହଟ୍ଟଗୋଳ କରିଥିଲେ ବିଜେପି ବିଧାୟକ । ସେହିପରି ଜାତୀୟ ରାଜପଥରେ ଓଡ଼ିଶାକୁ ଅବହେଳା ପ୍ରସଙ୍ଗ ଉଠାଇ ବିଜେଡି ମଧ୍ୟ କେନ୍ଦ୍ର ଉପରେ ବର୍ଷିଥିଲା ।

ଆଜି ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ ରହିବ । ଆଜି ଗୃହରେ ସ୍ବରାଷ୍ଟ୍ର, ଅର୍ଥ, ନିର୍ମାଣ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଇସ୍ପାତ ଓ ଖଣି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି । ଆଜି କିଛି ରିପୋର୍ଟ ଓ ବିଲ୍ ମଧ୍ୟ ଗୃହରେ ଆଗତ ହେବ ।

odisha_assembly

ଗୃହରେ ବିଭିନ୍ନ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି । ମୁଖ୍ୟ ବିରୋଧୀ ବିଜେପି ପକ୍ଷରୁ ମୁଲତବୀ ପ୍ରସ୍ତାବ ଅଣାଯିବ । ପ୍ରଥମ ଦିନ ଅତିରିକ୍ତ ବଜେଟ ଆଗତ ହୋଇଛି । ଆଜି ଗୃହରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇପାରନ୍ତି ।

ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ । ଏହା ସହ ଶିକ୍ଷକ ଆନ୍ଦୋଳନ ନେଇ ଗୃହରେ ଆଲୋଚନା ହୋଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+