Odisha Assembly: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ଯାତ୍ରା ସମୟରେ ଭଡା ପାଇଁ ମିଳିବ ୫୦ ପ୍ରତିଶତ ରିହାତି
ଶୁକ୍ରବାର ବିଧାନସଭାରେ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ, ରାଜ୍ୟ ମଧ୍ୟରେ ସାର୍ବଜନୀନ ପରିବହନ ସେବା ବ୍ୟବହାର କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ରିହାତି ଭଡ଼ା କିମ୍ବା ସ୍ୱତନ୍ତ୍ର ବ୍ୟବସ୍ଥା ଅଛି କି ନାହିଁ । ଏହା ଉପରେ ସରକାର କ'ଣ ବିବରଣୀ ପ୍ରଦାନ କରିବେ ?

ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ଓଡ଼ିଶାର ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋ ବସ୍ ସେବା ଯୋଜନାରେ ପଞ୍ଚାୟତରୁ ବ୍ଲକ୍ ୫ ଟଙ୍କା ଓ ଜିଲ୍ଲା ସଦର ମହକୁମାକୁ ଯାଉଥିଲେ ୧୦ ଟଙ୍କା ଭଡ଼ା ପଡୁଛି । ଏହା ସହ ପରିବହନ ନିଗମ ବସ୍ ରେ ଛାତ୍ରଛାତ୍ରୀମାନଙ୍କୁ ୫୦% ରିହାତି ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ।












Click it and Unblock the Notifications