ମାସେ ପୂର୍ବରୁ ସରିଲା ବିଧାନସଭା, ଗୃହରେ ପାରିତ ହେଲା ବ୍ୟୟ ମଞ୍ଜୁରୀ ବିଲ୍‌

ଅନିର୍ଦ୍ଦିଷ୍ଟ କାଳ ଯାଏ ବିଧାନସଭା ମୁଲତବୀ । ଗୃହକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ମୁଲତବୀ ଘୋଷଣା କଲେ ବାଚସ୍ପତି ।

ଭୁବନେଶ୍ୱର: ଅନିର୍ଦ୍ଦିଷ୍ଟ କାଳ ଯାଏ ବିଧାନସଭା ମୁଲତବୀ । ଗୃହକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ମୁଲତବୀ ଘୋଷଣା କଲେ ବାଚସ୍ପତି । ୩୦ଟି କାର୍ଯ୍ୟ ଦିବସ ପୂର୍ବର ବନ୍ଦ ହେଲା ବିଧାନସଭା । ଡିସେମ୍ବର ୩୧ ଯାଏ ଚାଲିବାର ଥିବା ବିଧାନସଭା । ଚଳିତ ଅଧିବେଶନରେ ମାତ୍ର ୧୦ଟି କାର୍ଯ୍ୟ ଦିବସ ହୋଇଛି ।

ସେପଟେ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ପାରିତ ହେଲା ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍‌ । ୧୧ ହଜାର ୭୦୦ କୋଟିର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍‌ ପାରିତ । ଆଲୋଚନାରେ ଭାଗ ନେଲାନି ବିଜେପି । ଗୃହ ଅନିର୍ଦ୍ଦିଷ୍ଟ କାଳ ମୁଲତବୀ ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମୀଳା ମଲ୍ଲିକ ଆଣିଛନ୍ତି ପ୍ରସ୍ତାବ । ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ବିଜେଡି ବିଧାୟକ ଅମର ଶତପଥୀ ମଧ୍ୟ ପ୍ରସ୍ତାବକୁ ସମର୍ଥନ କରିଥିଲେ ।

ବିଧାନସଭା

ତେବେ ବ୍ୟୟ ମଞ୍ଜୁରୀ ବିଲ୍‌ ଉପସ୍ଥାପନ ଅବସରରେ ଅର୍ଥମନ୍ତ୍ରୀଙ୍କ ଅଭିଭାଷଣ । ମୋଟ୍‌ ୭ ହଜାର ୪୩୮ କୋଟି ଟଙ୍କାର କାର୍ଯ୍ୟକ୍ରମ ବ୍ୟୟ ବରାଦ ହୋଇଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପାଇଁ ୧୬୨୭ କୋଟି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପାଇଁ ୨୦୪୧ କୋଟି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପାଇଁ ୧୦୭୭ କୋଟି ବ୍ୟୟ ବରାଦ ହୋଇଛି । ଭିତ୍ତିଭୂମି କ୍ଷେତ୍ର ପାଇଁ ୧୬୦୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା କହିଲେ ଅର୍ଥମନ୍ତ୍ରୀ ।

ସେପ୍ଟେମ୍ବର ଶେଷ ସୁଦ୍ଧା ନିଜସ୍ବ ରାଜସ୍ବ ସଂଗ୍ରହ ୧.୭% ବୃଦ୍ଧି । ଗତବର୍ଷ ସେପ୍ଟେମ୍ବର ସୁଦ୍ଧା ଆଦାୟ ତୁଳନାରେ ୧.୭% ବୃଦ୍ଧି । ଏହି ଅତିରିକ୍ତ ବଜେଟରେ ଲୋକଙ୍କ ଜୀବନ ଓ ଜୀବିକାର ସୁରକ୍ଷାକୁ ଗୁରୁତ୍ବ । ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କୋଭିଡ୍‌ ପାଇଁ ଘୋଷିତ ପ୍ୟାକେଜୁ ପ୍ରାଧାନ୍ୟ

ବିଧାନସଭାର ମୌସୁମୀ ଅଧିବେଶନ ଭଳି ଶୀତ ଅଧିବେଶନ କୋଭିଡ୍ କଟକଣା ଭିତରେ ବସିଥିଲା । ଅଧିବେଶନ ଆରମ୍ଭ ପୂର୍ବରୁ ସମସ୍ତ ବିଧାୟକ, ମନ୍ତ୍ରୀ, ବିଧାସଭା କର୍ମଚାରୀଙ୍କ ସହ ସାମ୍ବାଦିକଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା । ବିଧାନସଭା ବର୍ଷକୁ ୬୦ ଦିନ ବସିବାର ବ୍ୟବସ୍ଥା ରହିଛି । ପୂର୍ବ ୨ଟି ଅଧିବେଶନରେ ଗୃହ ୨୦ ଦିନ ଧରି ଚାଲିଥିବାରୁ ଶୀତ ଅଧିବେଶନ ୪୦ ଦିନ ଧରି ବସିବା ନେଇ ଧାର୍ଯ୍ୟ କରାଯାଇଥିଲା । ଚଳିତ ଶୀତ ଅଧିବେଶନରେ ୧୩୩୨ଟି ଅଣ-ତାରକା ପ୍ରଶ୍ନ ଆସିଥିବା ବେଳେ ୧୧୯୨ଟିର ଉତ୍ତର ଦିଆଯାଇଛି । ୨ଟି ମୁଲତବି ପ୍ରସ୍ତାବ ଆଲୋଚନା ହୋଇଛି । ୯ ଗୋଟି ବିଲ୍ ଆଗତ ହୋଇଥିବା ବେଳେ ୭ଟି ପାରିତ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+