ଓଡ଼ିଶା ବିଧାନସଭା ନିର୍ବାଚନ: ଫୁଲବାଣୀରେ ପ୍ରଚାର ସମାବେଶକୁ ସମ୍ବୋଧନ କରିବେ ମଲ୍ଲିକାର୍ଜୁନ ଖଡଗେ

ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର । ମଇଦନାରେ ହେଭିୱେଟ ନେତା । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆଜି ଓଡିଶା ଆସୁଥିବା ସୂଚନା ମିଳିଛି ।

ଖଡଗେ ଆଜି ଭୁବନେଶ୍ୱର ପହଞ୍ଚିବା ପରେ ମେ ଫେୟାରରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ । ଏହାପରେ ଅପରାହ୍ଣ ୩ଟାରେ ଫୁଲବାଣୀରେ ଏକ ପ୍ରଚାର ସମାବେଶକୁ ସମ୍ବୋଧନ କରି କଂଗ୍ରେସ ସାଂସଦ ପ୍ରାର୍ଥୀ ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କଂଗ୍ରେସର କୌଣସି ଶୀର୍ଷ ନେତୃତ୍ୱ ଓଡିଶାକୁ ପ୍ରଚାର ପାଇଁ ଆସିନଥିଲେ । ଏବେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ କଂଗ୍ରେସ ଅଣ୍ଟା ଭିଡିଛି ।

ସେପଟେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣଦେଓ ସାଏ ଆଜି ସୁନ୍ଦରଗଡ, ବରଗଡ ଓ ବଲାଙ୍ଗୀରରେ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି । ପୂର୍ବାହ୍ନ ୧୧ଟା ୩୦ରେ ବିଷ୍ଣୁଦେଓ ସାଏ ସୁନ୍ଦରଗଡ ବାଲିଶଙ୍କରା ପଡିଆରେ ବିଜୟସଂକଳ୍ପ ସମାବେଶକୁ ସମ୍ବୋଧିତ କରିବେ । ଏହାପରେ ଦିନ ଗୋଟାଏରେ ବରଗଡ ଜିଲ୍ଲା ବିଜେପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।

Mallikarjun Kharge

ସେହିପରି ଅପରାହ୍ଣ ୩ଟାରେ ବଲାଙ୍ଗୀର ଉଲୁଣ୍ଡା କଲେଜ ପଡିଆରେ ଛତିଶଗଡ ମୁଖ୍ୟମନ୍ତ୍ରୀ ପ୍ରଚାର ସମାବେଶ କରିବା କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ବିଜେପିର ଷ୍ଟାର ପ୍ରଚାରକ ତଥା ଆସାମ ମ୍ରୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବ୍ରଜରାଜନଗର, ବଣେଇ, ଅତାବିରା ଓ ଜଟଣୀରେ ସଭା କରି ପ୍ରଚାର କରିବେ । ସେହିପରି ବିଜେଡି ନେତା ତଥା ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବଲାଙ୍ଗୀରରେ ଆଜି ପ୍ରଚାର କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+