ଓଡ଼ିଶା ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ବିଜ୍ଞପ୍ତି ପ୍ରକାଶ, ଆଜିଠୁ ନାମାଙ୍କନ
ଦେଶରେ ୪ର୍ଥ ଓ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ବିଜ୍ଞପ୍ତି ପ୍ରକାଶ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମେ' ୧୩ ଭୋଟ୍ ଗ୍ରହଣ । ଆଜିଠୁ ନାମାଙ୍କନ, ୨୫ ଏପ୍ରିଲ ନାମାଙ୍କନ ଦାଖଲର ଶେଷ ତାରିଖ।
୨୬ରେ ପ୍ରାର୍ଥିପତ୍ର ଯାଞ୍ଚ । ୨୯ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ଦିନ । ରାଜ୍ୟର ୪ ସଂସଦୀୟ କ୍ଷେତ୍ର, ୨୮ ବିଧାନସଭା କ୍ଷେତ୍ରରେ ପଡ଼ିବ ଭୋଟ୍ । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ଭୋଟ୍। ମେ'୧୩ରେ କୋରାପୁଟ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ମଧ୍ୟ ଭୋଟିଂ।

ଏହି ୪ ସଂସଦୀୟ କ୍ଷେତ୍ର ଅଧୀନ ୨୮ ବିଧାନସଭା କ୍ଷେତ୍ରରେ ମତଦାନ ହେବ । ଓଡ଼ିଶା ସମେତ ୧୦ଟି ରାଜ୍ୟରେ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୦ ରାଜ୍ୟରେ ମୋଟ ୯୬ଟି ଲୋକସଭା ଆସନ ପାଇଁ ମତଦାନ ହେବ ।
୪ଟି ଲୋକସଭା ଆସନ ସମେତ ୨୮ଟି ବିଧାନସଭା ଆସନ ନିମନ୍ତେ ନିର୍ବାଚନ ହେବ । ଲୋକସଭା ଆସନଗୁଡିକ ହେଉଛି କଳାହାଣ୍ଡି (୧୧), ନବରଙ୍ଗପୁର (୧୨), ବ୍ରହ୍ମପୁର (୨୦) ଓ କୋରାପୁଟ (୨୧) ।
ଓଡ଼ିଶା ଲୋକସଭା ଆସନ ନିର୍ବାଚନ
ଆସନ ସଂଖ୍ୟା: ୪
ନିର୍ବାଚନ ତାରିଖ ଘୋଷଣା: ୧୬.୦୩.୨୦୨୪
ଗେଜେଟ ବିଜ୍ଞପ୍ତି: ୧୮.୦୪.୨୦୨୪
ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ: ୨୫.୦୪.୨୦୨୪
ନାମାଙ୍କନ ପତ୍ର ଯାଞ୍ଚ ତାରିଖ: ୨୬.୦୪.୨୦୨୪
ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ: ୨୯.୦୪.୨୦୨୪
ଭୋଟ ଗ୍ରହଣ ତାରିଖ: ୧୩.୦୫.୨୦୨୪
ଭୋଟ ଗଣତି ତାରିଖ: ୦୪.୦୬.୨୦୨୪
୨୮ ବିଧାନସଭା କ୍ଷେତ୍ର
ଓଡ଼ିଶା ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟ
ଆସନ ସଂଖ୍ୟା: ୨୮
ନିର୍ବାଚନ ତାରିଖ ଘୋଷଣା: ୧୬.୦୩.୨୦୨୪
ଗେଜେଟ ବିଜ୍ଞପ୍ତି: ୧୮.୦୪.୨୦୨୪
ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ: ୨୫.୦୪.୨୦୨୪
ନାମାଙ୍କନ ପତ୍ର ଯାଞ୍ଚ ତାରିଖ: ୨୬.୦୪.୨୦୨୪
ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ: ୨୯.୦୪.୨୦୨୪
ଭୋଟ ଗ୍ରହଣ ତାରିଖ: ୧୩.୦୫.୨୦୨୪
ଭୋଟ ଗଣତି ତାରିଖ: ୦୪.୦୬.୨୦୨୪
ସେହି ଆସନଗୁଡିକ ହେଉଛି, ୭୧-ନୂଆପଡା, ୭୨-ଖରିଆର, ୭୩-ଉମରକୋଟ, ୭୪-ଝରୀଗାଁ, ୭୫-ନବରଙ୍ଗପୁର, ୭୬-ଡାବୁଗାଁ, ୭୭-ଲାଞ୍ଜିଗଡ଼, ୭୮-ଜୁନାଗଡ଼, ୭୯-ଧର୍ମଗଡ଼, ୮୦-ଭବାନୀପାଟଣା, ୮୧-ନର୍ଲା, ୧୨୭-ଛତ୍ରପୁର, ୧୩୨-ଗୋପାଳପୁର, ୧୩୩-ବ୍ରହ୍ମପୁର, ୧୩୪-ଦିଗପହଣ୍ଡି, ୧୩୫-ଚିକିଟି, ୧୩୬-ମୋହନା, ୧୩୭-ପାରଳାଖେମୁଣ୍ଡି, ୧୩୮-ଗୁଣୁପୁର, ୧୩୯-ବିଶ୍ୱସଂ କଟକ, ୧୪୦-ରାୟଗଡା, ୧୪୧-ଲକ୍ଷ୍ମୀପୁର, ୧୪୨-କୋଟପାଡ଼, ୧୪୩-ଜୟପୁର, ୧୪୪-କୋରାପୁଟ, ୧୪୫-ପଟ୍ଟାଙ୍ଗି, ୧୪୬-ମାଲକାନଗିରି ଓ ୧୪୭-ଚିତ୍ରକୋଣ୍ଡା ।












Click it and Unblock the Notifications