ଓଡ଼ିଶା ବିଧାନସଭା ନିର୍ବାଚନ; ଆସନ୍ତାକାଲି ଭୋଟ ଗଣତି, କାହାର ହେବ ସରକାର ?

ଆସନ୍ତାକାଲି ଭୋଟ ଗଣତି । କାହାର ହେବ ସରକାର ? ନେତାଙ୍କ ଭାଗ୍ୟ ପରୀକ୍ଷାର ଫଳ । ଷ୍ଟ୍ରଙ୍ଗରୁମ୍ ଚାରିପଟେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥିସହ ସିସିଟିଭି ସର୍ଭେଲାନ୍ସ ଅଧୀନରେ ରହିଛି ଷ୍ଟ୍ରଙ୍ଗ ରୁମ୍ । ଷ୍ଟ୍ରଙ୍ଗ ରୁମ୍ ବାହାରେ ଦିନ ରାତି ପଇଁତରା ମାରୁଛନ୍ତି ପୋଲିସ । ଏହା ପୂର୍ବରୁ ରାଜ୍ୟର ୬୯ଟି ସ୍ଥାନରେ ଷ୍ଟ୍ରଙ୍ଗ ରୁମ୍‌ରେ କଡ଼ା ସୁରକ୍ଷାରେ ରହିଛି ଇଭିଏମ୍ ଓ ଭିଭିପାଟ୍ ।

ଜୁନ୍ ୬ ପର୍ଯ୍ୟନ୍ତ ଓଡ଼ିଶାରେ ମୁତୟନ ରହିବେ ଅଧିକ ୭୦ କମ୍ପାନୀ CAPF । ଷ୍ଟ୍ରଙ୍ଗରୁମ୍, କାଉଣ୍ଟିଂ ସେଣ୍ଟରରେ ୨୫ କମ୍ପାନୀ ମୁତୟନ ନେଇ ନିଷ୍ପତ୍ତି ହୋଇଥିଲା । ତେବେ ନିର୍ବାଚନ ପରବର୍ତ୍ତୀ ଆଇନଶୃଙ୍ଖଳାକୁ ଦେଖି ଅଧିକ CAPF ମୁତୟନ ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ୱର ବିଜେବି କଲେଜରେ ହୋଇଥିବା ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷା ବଳୟରେ ରହିଛି ଇଭିଏମ ।

vote counting

ବାରିପଦା ଏମପିସି ଅଟୋନୋମସ୍ କଲେଜ, ବିଇଡି କଲେଜ୍ ପରିସରରେ ହୋଇଥିବା ଷ୍ଟ୍ରଙ୍ଗରୁମରେ ରଖାଯାଇଛି ଇଭିଏମ୍‌ । କଡ଼ା ପୋଲିସ ସୁରକ୍ଷା, ସିସିଟିଭି କ୍ୟାମେରା ନଜରରେ ରହିଛି ଇଭିଏମ୍‌ । ଯେଭଳି କୌଣସି ହେରଫେର୍ ନ ହୁଏ ସେଥିପାଇଁ ପ୍ରାର୍ଥୀ ଓ ସମର୍ଥକ ଜଗି ବସିଛନ୍ତି । ସେପଟେ ବାରିପଦାରେ କଡ଼ା ସୁରକ୍ଷାରେ ରଖାଯାଇଛି ଇଭିଏମ୍‌ । ତ୍ରିସ୍ତରୀୟ ସୁରକ୍ଷା ସତ୍ତ୍ୱେ ଷ୍ଟ୍ରଙ୍ଗ ରୁମ୍ ବାହାରେ ପାଳି କରି ଜଗୁଛନ୍ତି ପ୍ରାର୍ଥୀ ଏବଂ ସମର୍ଥକ । ମୟୂରଭଞ୍ଜ ଜିଲ୍ଲାର ୧୩ ଲୋକସଭା ପ୍ରାର୍ଥୀ ଏବଂ ୯୦ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ୍ ।

ଇଣ୍ଡିଆ ଟୁଡେ- ଆକ୍ସିସର ଆକଳନ ଅନୁସାରେ, ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । ଉଭୟ ବିଜେପି ଓ ବିଜେଡିକୁ ୬୨ରୁ ୮୦ଟି ଲେଖାଏଁ ବିଧାନସଭା ଆସନ ମିଳିପାରେ ବୋଲି ପୂର୍ବାନୁମାନ କରାଯାଇଛି । ରାଜ୍ୟରେ କଂଗ୍ରେସକୁ ମିଳିପାରେ ୫ ରୁ ୮ଟି ବିଧାନସଭା ସିଟ୍ । ଯଦି ଭୋଟ୍ ସେୟାରକୁ ଦେଖିବା ତାହାଲେ, ବିଜେପିକୁ ୪୨%, ବିଜେଡିକୁ ୪୨%, କଂଗ୍ରେସକୁ ୧୨% ଏବଂ ଅନ୍ୟାନ୍ୟଙ୍କୁ ୪% ଭୋଟ୍ ମିଳିପାରେ ବୋଲି ପୂର୍ବାନୁମାନ କରାଯାଇଛି । ସେପଟେ ଏହି ଆକଳନକୁ ନେଇ ବିଜେପି କହିଛି, ଦଳର ଆଭ୍ୟନ୍ତରୀଣ ସର୍ଭେ ରିପୋର୍ଟ କହୁଛି, ଓଡ଼ିଶାରେ ବିଜେପି ଶତାଧିକ ସିଟ୍ ଜିତି ସରକାର କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+