ଓଡ଼ିଶାରେ ବିଜେପି ସରକାର କରିବାକୁ ନେଇ ମୋଦୀଙ୍କୁ ଟାର୍ଗେଟ କଲେ ନବୀନ ! କହିଲେ "ବିଜେପି ଦିନରେ ସ୍ବପ୍ନ ଦେଖୁଛି"

ମୋଦୀଙ୍କୁ ଟାର୍ଗେଟ କଲେ ନବୀନ ! କହିଲେ "ବିଜେପି ଦିନରେ ସ୍ବପ୍ନ ଦେଖୁଛି" । ବିଜେପି ଏଥର ଓଡ଼ିଶାରେ ସରକାର ଗଠନ କରିବ ବୋଲି କହୁଥିବା ବେଳେ ହସିହସି ଏହାକୁ ନେଇ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ଜାରି କରିଛି ।

ଭବାନୀପାଟଣାରେ ନିର୍ବାଚନୀ ସଭା ସମ୍ବୋଧନ କରି ଖଡିଆଳ ଯିବା ରାସ୍ତାରେ ଦଳର ବରିଷ୍ଠ ନେତା ଭି କେ ପାଣ୍ଡିଆନ ମୁଖ୍ଯମନ୍ତ୍ରୀଙ୍କୁ ପଚାରିଥିଲେ ଯେ, ଏଥର ରାଜ୍ଯରେ ବିଜେପି ସରକାର ଗଢିବା ନେଇ କହୁଛନ୍ତି । ତେବେ ଜବାବରେ ମୁଖ୍ଯମନ୍ତ୍ରୀ କହିଥିଲେ, ବହୁତ ଦିନ ହେଲା ବିଜେପି ଦିନରେ ସ୍ବପ୍ନ ଦେଖି ଆସୁଛି ।

ଏହି ଛୋଟିଆ ଭିଡିଓକୁ ପାଣ୍ଡିଆନ ସୋସିଆଲ ସାଇଟ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଯାହାକୁ ଢେର ସାରା ଲାଇକ ଓ କମେଣ୍ଟସ ମିଳୁଛି ।

ମୋଦି ଆଜି ସଭାରେ କହିଥିଲେ, ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଂଜିନ ସରକାର । ଓଡ଼ିଶାର ପୁଅ କିମ୍ବା ଝିଅ ଏଠାରେ ମୁଖ୍ୟମନ୍ତ୍ରୀ ହେବେ । କୌଣସି ବାହାର ଲୋକ ଏଠାରେ ମୁଖ୍ୟମନ୍ତ୍ରୀ ହେବେନି । ଓଡ଼ିଶାର ସଂସ୍କୃତିକୁ ଯିଏ ମଥାରେ ଧାରଣ କରିବ, ସେ ହେବ ମୁଖ୍ୟମନ୍ତ୍ରୀ।

ଓଡ଼ିଶା ଲୋକଙ୍କୁ ଜାଣିଥିବ, ବୁଝିଥିବ, ସେ ହିଁ ହେବ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଏବଂ ଦିଲ୍ଲୀରେ ଡବଲ ଇଂଜିନ ସରକାର ହେବ । ଡବଲ ଇଂଜିନ ସରକାର ଓଡ଼ିଶା ବିକାଶକୁ ନୂଆ ଗତି ଦେବ । ସମସ୍ତ ୨୧ ଲୋକସଭା ସିଟ୍‌ରେ ବିଜେପି ବିଜୟୀ ହେବ ।

ବିଧାନସଭାରେ ବିଜେପିକୁ ବମ୍ପର ବିଜୟ ମିଳିବ । ବିଜେପିର ବିଜୟରେ ଓଡ଼ିଶାକୁ ନୂଆ ଶକ୍ତି, ନୂଆ ନେତୃତ୍ବ ମିଳିବ। ୪ ଜୁନ୍‌ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌। ୧୦ ଜୁନ୍‌ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ।

ଜଳ ଜୀବନ ମିଶନରେ କେନ୍ଦ୍ର ୧୦ ହଜାର କୋଟି ଦେଇଛି । ଉକ୍ତ ଟଙ୍କାକୁ ଏଠା ସରକାର ଠିକ ଭାବେ ଖର୍ଚ୍ଚ କରିପାରିଲେନି । ମୋଦି ମାଗଣା ଚାଉଳ ଦେଉଛି । ଏଠିକାର ସରକାର ସେଥିରେ ନିଜ ଫଟୋ ଛାପୁଛି । ନିଜେ କିଛି କରିନାହାନ୍ତି, ତେଣୁ ବେଇମାନୀ କରିବାକୁ ପଡୁଛି ।

ଓଡ଼ିଶା ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିପାରୁନି । ବିଜେଡି ସରକାର ଏଠାରେ ଆୟୁଷ୍ମାନ ଯୋଜନା ଲାଗୁ କରାଉନାହାନ୍ତି । ଲୋକଙ୍କୁ ଚିକିତ୍ସା ମିଳିନପାରିବାର ଦୋଷୀ । ଏଠାର ବିଜେଡି ସରକାର । ଜୁନ୍‌ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେଲେ ଆୟୁଷ୍ମାନ ଯୋଜନା ଲାଗୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+