ଓଡ଼ିଶା ବିଧାନସଭା ନିର୍ବାଚନ: ବିଜେପିର କେନ୍ଦ୍ରୀୟ ହେଭିୱେଟ୍ ବନାମ ବିଜେଡିର ଦୁଇ ହେଭିୱେଟ୍, କାହାର ପଲ୍ଲା ଭାରି ?
ବିଜେପିର କେନ୍ଦ୍ରୀୟ ହେଭିୱେଟ୍ ବନାମ ବିଜେଡିର ଦୁଇ ହେଭିୱେଟ୍ । ଓଡ଼ିଶା ନିର୍ବାଚନୀ ମଇଦାନରେ ବର୍ତ୍ତମାନ୍ ବିଜେଡ଼ିର ମଙ୍ଗ ଧରିଛନ୍ତି ନବୀନ ଆଉ ପାଣ୍ଡିଆନ । ଆଉ ବିଜେଡ଼ି ପାଇଁ ମାଳ ମାଳ କେନ୍ଦ୍ରୀୟ ନେତା । ଆଉ ଖରାର ଉଷ୍ମତା ସହ ବଢୁଛି ନିର୍ବାଚନୀ ଉଷ୍ମତା । କିଏ ମାରିବ ବାଜି ?
ଭାରତୀୟ ଜନତା ପାର୍ଟି ଏବଂ ବିଜୁ ଜନତା ଦଳ ଶିଙ୍ଘରେ ଶିଙ୍ଘ ଲଗାଇ ଲଢେଇ କରୁଥିବା ବେଳେ ପଛରେ କଂଗ୍ରେସ । ତେଣୁ ଓଡ଼ିଶାରେ ଆଗାମୀ ନିର୍ବାଚନୀ ହାୱା ତୀବ୍ର ହେବା ସହ ଏହା ବିଜେପି ବନାମ ବିଜେଡି ହେବାକୁ ଯାଉଛି ବୋଲି ଏକ ପ୍ରକାରର ସ୍ପଷ୍ଟ ହେଉଛି।
କେନ୍ଦ୍ରୀୟ ବିଜେପି ହେଭିୱେଟ୍ ମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ମିଳିଥିଲା ବେଳେ ଏହି ଅଭିଯାନରେ ରାଜ୍ୟ ବିଜେପି ନେତାମାନଙ୍କୁ ଦଳରେ ସାମାନ୍ୟ କମ୍ ଗୁରୁତ୍ୱ ଦିଆଯାଇଛି । ଓଡ଼ିଶାରେ ବିଜେପି ଏହାର ସ୍ଥିତି ମଜବୁତ କରିବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବ୍ୟତୀତ ଓଡ଼ିଶା ନିର୍ବାଚନ ରାଲିରେ ବୁଧବାର ରାଜନାଥ ସିଂହ ରାୟଗଡାରେ ପ୍ରଚାର କରିଥିଲା ବେଳେ ଗୁରୁବାର ଗଡ଼କରୀ ପୁରୀରେ ବିଶାଳ ଜନସଭା ସମ୍ବୋଧିତ କରିବେ।

ଛତିଶଗଡ ମୁଖ୍ୟମନ୍ତ୍ରୀ ମଧ୍ୟ ରାଜ୍ୟରେ ପ୍ରଚାର କରିଛନ୍ତି । ଏଥିରେ ବଲିଉଡ ଅଭିନେତ୍ରୀ ତଥା ଦଳର ବରିଷ୍ଠ ନେତ୍ରୀ ହେମା ମାଳୀନି ମଧ୍ୟ ଅଭିଯାନର ସାମିଲ ହେବେ । କୁହାଯାଉଛି ଯେ, ଓଡ଼ିଶାରେ ଏହି ଅଭିଯାନର ନେତୃତ୍ୱ ନେବାକୁ ବରିଷ୍ଠ କେନ୍ଦ୍ରୀୟ ନେତା, ସେମାନଙ୍କ ମୁଖ୍ୟମନ୍ତ୍ରୀ ଏବଂ ଜଣାଶୁଣା ବଲିଉଡ ଅଭିନେତାଙ୍କ ଉପରେ ଓଡିଶା ବିଜେଡ଼ି ଅଧିକ ନିର୍ଭର କରୁଛି । ଆଗକୁ କଙ୍ଗନା ଓ ଅରୁଣ ଗୋଭିଲ୍ ଓଡ଼ିଶା ଆସିବା ନେଇ ବି ଚର୍ଚ୍ଚା ହେଉଛି।
ଅନ୍ୟପଟେ ବିଜେଡି କିପରି ପୁନର୍ବାର କ୍ଷମତାକୁ ଫେରିବ, ସେଥିପାଇଁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଳର ବରିଷ୍ଠ ନେତା ଭି କେ ପାଣ୍ଡିଆନ ଦୃଢ ପ୍ରୟାସ ଆରମ୍ଭ କରିଛନ୍ତି। ଦୁହେଁ ରାଜ୍ୟର ବିଭିନ୍ନ ଜିଲାରେ ପ୍ରଚାର କରି ବିଜେଡି ଅଭିଯାନର ନେତୃତ୍ୱ ନେଉଛନ୍ତି ।
ଆଜି ଗଞ୍ଜାମରେ ପ୍ରଚାର କରିବେ ନବୀନ । ଗୋପାଳପୁର ଓ ଆସ୍କାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ୍ ।ସମାବେଶକୁ ସମ୍ବୋଧିତ କରି ବିଜେଡିି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ଦିନ ୧୧ଟା ୪୫ ମିନିଟରେ ଆସିକା ପହଞ୍ଚି ସେଠାରେ ମଧ୍ୟ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି । ଆସିକାରେ ପ୍ରଚାର ପରେ ମୁଖ୍ୟମନ୍ତ୍ରୀ ଫୁଲବାଣୀର କନ୍ଧମାଳ ଷ୍ଟାଡିୟମରେ ପ୍ରଚାର ସଭା କରିବା ସହ ଗୁଡାରୀରେ ମଧ୍ୟ ପ୍ରଚାର କରିବା କାର୍ଯ୍ୟସୂଚୀ ରହିଛି ।
ରାଜ୍ୟରେ ବିଜେପି ଏପରି ଶକ୍ତି ପ୍ରଦର୍ଶନ କରି ନିଶ୍ଚିତ ଭାବରେ ଆଶା କରୁଛି ଯେ, ଲୋକସଭା ଆସନରୁ ଅଧିକାଂଶ ଜିତିବା ବ୍ୟତୀତ ଦଳ ଓଡିଶାରେ ସରକାର ଗଠନ କରିବା ନେଇ ଆଗେଇଛି । ସେହିପରି ବିଜେଡ଼ି ମଧ୍ଯ ସୋସିଆଲ ମିଡିଆରୁ ଆରମ୍ଭ କରି ବଡ଼ ରାଲି କରୁଥିବାର ଦେଖିବାକୁ ମିଳିଛି ।












Click it and Unblock the Notifications