ଓଡ଼ିଶା ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନପତ୍ର ଦାଖଲ କଲେ ୨୬୬ ପ୍ରାର୍ଥୀ
ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତକାଲି (ଗୁରୁବାର) ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି । ଶୁକ୍ରବାର ନାମାଙ୍କନପତ୍ର ଯାଞ୍ଚ ହେବାକୁ ଥିବା ବେଳେ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ନାମାଙ୍କନପତ୍ର ଦାଖଲ ବାବଦରେ ସବିଶେଷ ତଥ୍ୟ ଦିଆଯାଇଛି ।
ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ ଲୋକସଭା ଆସନ ଅଧିନରେ ଥିବା ୨୮ ବିଧାନସଭା ଆସନ ପାଇଁ ମଧ୍ୟ ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି ।
୨୮ ବିଧାନସଭା ଆସନ ପାଇଁ ୨୬୬ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେହିପରି ମୋଟ ୪୮୩ ସେଟ୍ ନାମାଙ୍କନପତ୍ର ଦାଖଲ ହୋଇଛି । ବ୍ରହ୍ମପୁର ବିଧାନସଭା ଆସନରେ ସର୍ବାଧିକ ୨୦ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ସେହିଭଳି ଝରିଗାଁ ଓ ଡାବୁଗାଁରେ ମାତ୍ର ୩ ଜଣ ଲେଖାଏଁ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି ।
ଶୁକ୍ରବାର (ଆଜି) ନାମାଙ୍କନପତ୍ର ଯାଞ୍ଚ ହେବାକୁ ଥିବା ବେଳେ ୨୯ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଏହାପରେ ଏହି ୨୮ ଆସନରେ କେତେ ଜଣ ପ୍ରାର୍ଥୀ ଲଢେଇ ମୈଦାନରେ ରହିବେ ତାହା ସ୍ପଷ୍ଟ ହେବ । ଆସନ୍ତା ମେ' ୧୩ରେ ଏହି ୨୮ ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ହେବ ।












Click it and Unblock the Notifications