ଓଡ଼ିଆ ବିଧାନସଭା ନିର୍ବାଚନ: କେବେ ସରିବ ଟିକେଟ ଘୋଷଣା ? କୋଉଠୁ କୋଉ ଦଳ ଘୋଷଣା କରିନି ପ୍ରାର୍ଥୀ ?

ରାଜ୍ୟରେ ରାଜନୀତି ତାତି ଭାରି ଜୋରରେ । ନିର୍ବାଚନ ଆଉ କେଇଟା ଦିନ ଥିବା ବେଳେ ପ୍ରାର୍ଥୀ ଘୋଷଣା ହୋଇନାହିଁ । ଏପର୍ଯ୍ୟନ୍ତ ସମସ୍ତ ବିଧାନସଭା ଆସନରେ ତିନି ପ୍ରମୁଖ ଦଳ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିନାହାନ୍ତି ।

ଅଧିକାଂଶ ଆସନରେ ପ୍ରାର୍ଥୀ ଦେଇ ସାରିଥିବା ବେଳେ ତଥାପି କେତେକ ଆସନରେ ବାକି ରହିଛି ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା ।

କେବେ ସରିବ ଟିକେଟ ଘୋଷଣା ?
ସାଧାରଣ ନିର୍ବାଚନରେ ଟିକେଟ ବଣ୍ଟାକୁ ନେଇ ଉଷ୍ମ ହେଉଛି ରାଜନୀତି । ଓଡ଼ିଶାରେ ଏପର୍ଯ୍ୟନ୍ତ ସମସ୍ତ ବିଧାନସଭା ଆସନରେ ତିନି ପ୍ରମୁଖ ଦଳ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିନାହାନ୍ତି ।

୧୪୭ ଆସନରୁ ବିଜେଡି ଆହୁରି ୧୨ ଆସନରେ ପ୍ରାର୍ଥୀ ଘୋଷଣା କରିନି । ସେହିପରି ବିଜେପି ୧୬ ଏବଂ କଂଗ୍ରେସ ୯ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିନି ।

Odisha assembly elections

ବିଜେଡି ଏହି ୧୨ ଆସନରୁ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି

  1. ରଘୁନାଥପାଲି
  2. ହିନ୍ଦୋଳ
  3. ଖଣ୍ଡପଡା
  4. ବେଗୁନିଆ
  5. ଖୋର୍ଦ୍ଧା
  6. ବାଙ୍ଗିରିପୋଷି
  7. ଭୋଗରାଇ
  8. ନୀଳଗିରି
  9. ବରି
  10. କୋରେଇ
  11. ବାଲିକୁଦା-ଏରସମା
  12. କାକଟପୁର

ବିଜେପି ଏହି ୧୬ ଆସନରୁ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି

  1. ଜୟପୁର
  2. ତେଲକୋଇ
  3. ଘଷିପୁରା
  4. ଚଂପୁଆ
  5. ହିନ୍ଦୋଳ
  6. ବାରବାଟୀ-କଟକ
  7. ବେଗୁନିଆ
  8. ଖୋର୍ଦ୍ଧା
  9. ଭୋଗରାଇ
  10. ବସ୍ତା
  11. ନୀଳଗିରି
  12. ଭଣ୍ଡାରୀପୋଖରୀ
  13. ବାସୁଦେବପୁର
  14. ବରି
  15. ସାଲେପୁର
  16. କେନ୍ଦ୍ରାପଡା

କଂଗ୍ରେସ ଘୋଷଣା କରିନଥିବା ଆସନଗୁଡିକ

  1. ଛତ୍ରପୁର
  2. ପାଲଲହଡା
  3. ବାରବାଟୀ-କଟକ
  4. ଜଳେଶ୍ୱର
  5. ବାଲେଶ୍ୱର ସଦର
  6. ନୀଳଗିରି
  7. ବଡଚଣା
  8. ଜଗତସିଂହପୁର
  9. କାକଟପୁର

ତିନି ପ୍ରମୁଖ ଦଳ ବାକିଥିବା ଆସନରେ କେବେ ପ୍ରାର୍ଥୀ ଘୋଷଣା କରୁଛନ୍ତି ତା'ଉପରେ ସମସ୍ତଙ୍କ ନଜର । ବିଜେପି ଓ ବିଜେଡି ସମସ୍ତ ଲୋକସଭା ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କଂଗ୍ରେସର ଆହୁରି ୨ଟି ସିଟ୍ ବାକି ରହିଛି । କଟକ ଓ ମୟୂରଭଞ୍ଜ ଲୋକସଭା ଆସନ ପାଇଁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନି କଂଗ୍ରେସ ।

ଆଜି ଆସିପାରେ ବିଜେଡି ଓ ବିଜେପିର ଥିବା ପ୍ରାର୍ଥୀ ତାଲିକା । ବାକି ଥିବା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ଦଳ । ବିଜେପି ୧୬, କଂଗ୍ରେସ ୯ଟି ଏବଂ ବିଜେଡି ୧୨ଟି ଆସନରେ ପ୍ରାର୍ଥୀ ଘୋଷଣା କରିବାକୁ ବାକି ରହିଛି । ତେଣୁ ଏବେବି ତିନି ଦଳର ଏହି ସବୁ ଆଶାୟୀ ନେତାଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି ।

ଟିକେଟ୍ ନମିଳିବାରୁ ଅଭିନବ ପ୍ରତିବାଦ । ଆଦିବାସୀ ପାରମ୍ପରିକ ନୃତ୍ୟ ଗୀତ ମାଧ୍ୟମରେ ପ୍ରତିବାଦ । ସଞ୍ଜଳି ମୁର୍ମୁଙ୍କୁ ଦଳ ବାଙ୍ଗିରିପୋଷିରୁ ଟିକେଟ୍ ଦେଇଥିବାବେଳେ ଏହାକୁ ପରିବର୍ତନ କରିବାକୁ ଦାବି କରିଛନ୍ତି ସମର୍ଥକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+