Big Breaking: ବିଜେଡି ଛାଡ଼ିଲେ ସମୀର ଦାସ୍, ନବୀନଙ୍କ ନିକଟକୁ ପଠାଇଲେ ଇସ୍ତଫାପତ୍ର
ବିଜେଡି ଛାଡ଼ିଲେ ସମୀର ଦାସ୍ । ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଲେ ଇସ୍ତଫାପତ୍ର । ଦଳ ଛାଡ଼ିଥିବା ନେଇ ଭିଡିଓ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇଛନ୍ତି ।
ବିଜେଡି ନେତା ମୋ ଉପରେ ଆସ୍ଥା ହରାଇଥିବାରୁ ଦଳ ଛାଡ଼ିଲି ବୋଲି ସେ କହିଛନ୍ତି । ଗୋପ ବିଜେଡି ସଂଗଠନ ଉପରେ ବି ଆସ୍ଥା ହରାଇଛନ୍ତି କହିଲେ। ନେତା ଆସ୍ଥା ହରାଇଥିବାରୁ ଦଳରେ ରହିବା ଠିକ୍ ନୁହଁ ବୋଲି କହିଲେ ସମୀର।
ବିଜୁ ଜନତା ଦଳ ଟିକେଟରୁ ନିର୍ବାଚନ ଲଢି ନିମାପଡ଼ାରୁ ତିନି ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ପ୍ରଥମ ୨୦୦୯, ପରେ ୨୦୧୪, ଆଉ ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ । ହେଲେ ୨୦୨୪ ବିଧାନସଭା ନିର୍ବାଚନରେ ନିମାପଡାରୁ ସମୀର ରଞ୍ଜନ ଦାସଙ୍କ ଟିକେଟ୍ କାଟିଥିଲା ବିଜେଡି । ତାଙ୍କ ବଦଳରେ ଦିଲ୍ଲୀପ କୁମାର ନାୟକଙ୍କ ଦଳ ଲଢିବାକୁ ସୁଯୋଗ ଦେଇଛି । ଯାହାକୁ ନେଇ ସମୀର ଅସନ୍ତୁଷ୍ଟ ଥିବା ଜଣାପଡିଥିଲା ।

ଅସନ୍ତୁଷ୍ଟ ଥିବାରୁ ସେ ନିମାପଡ଼ାରେ ବାରମ୍ବାର ଶକ୍ତି ପ୍ରଦର୍ଶନ କରିଥିଲେ। ତଥାପି ଦଳ ତାଙ୍କୁ ଗୁରୁତ୍ୱ ଦେଇ ନଥିଲା। ଓଲଟି ଦଳ ସମୀର ଙ୍କୁ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇ ନିମାପଡ଼ା ବିଧାନସଭା ଆସନ ପାଇଁ ଘୋଷିତ ଦଳୀୟ ଟିକେଟର ପୁନର୍ବିଚାର କରିବ ନାହିଁ ବୋଲି ସ୍ପଷ୍ଟ ସନ୍ଦେଶ ଦେଇଥିଲା।
ନିକଟରେ ବିଜେଡି ଛାଡି ବିଜେପି ଯିବା ନେଇ ଚର୍ଚ୍ଚା ହେଉଥିଲା । ବିଜେପିର ଜଣେ ମହିଳା ନେତ୍ରୀ ଗଣମାଧ୍ୟମରେ କହିଥିଲେ କି, ପୁରୀ ଜିଲ୍ଲା ନିମାପଡ଼ାର ଜଣେ ବରିଷ୍ଠ ନେତା ଆମ ଦଳରେ ସାମିଲ ହେବେ । ଏହି ବୟାନ ପରଠାରୁ ସମୀର ବିଜେଡି ଛାଡି ବିଜେପି ଯିବା ନେଇ ଚର୍ଚ୍ଚା ଏବଂ ଆଲୋଚନା ଚାଲିଥିଲା । ହେଲେ କୌଣସି ପକ୍ଷଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇନଥିଲା ।












Click it and Unblock the Notifications