ବଲାଙ୍ଗିର ସଭାରେ ବର୍ଷିଲେ ରାହୁଲ ଗାନ୍ଧି; କହିଲେ ଦୁନିଆର କୌଣସି ଶକ୍ତି ସମ୍ବିଧାନକୁ ଛୁଇଁ ପାରିବନି
ବଲାଙ୍ଗିର ସଭାରେ ବର୍ଷିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । ବିଜେପି ଉପରେ ବର୍ଷିଲେ କହିଲେ, ପ୍ରଥମ ଥର ପାଇଁ କୌଣସି ଦଳ କହିଛି ଜିତିଲେ ସମ୍ବିଧାନ ବଦଳାଇବ । ଦୁନିଆର କୌଣସି ଶକ୍ତି ସମ୍ବିଧାନକୁ ଛୁଇଁ ପାରିବନି ବୋଲି କହିଲେ ରାହୁଲ । ବିଜେପି ଜିତିଲେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିବୁ ବୋଲି ବି କହିଛନ୍ତି ବୋଲି କହିଲେ ରାହୁଲ ।
ଦିଲ୍ଲୀରେ ସରକାରକୁ ୯୦ ଅଫିସର ଚଳାଉଛନ୍ତି, ସେଥିରୁ ୩ ଦଳିତ । ଆମେ ସରକାରକୁ ଆସିଲେ କୋଟିଏ ଲକ୍ଷପତି ସୃଷ୍ଟି କରିବୁ । ଜୁନ୍ ୪ରେ ଇଣ୍ଡି ମେଣ୍ଟ ସରକାର ଗଠନ ହେବ ବୋଲି ରାହୁଲ ଗାନ୍ଧି କହିଛନ୍ତି ।
ଜୁନ୍ ୪ରେ ଇଣ୍ଡି ମେଣ୍ଟ ସରକାର ଗଠନ ହେବ ବୋଲି ରାହୁଲ ଗାନ୍ଧି କହିଛନ୍ତି । ସରକାରକୁ ଆସିବା କ୍ଷଣି ଜାତି ଜନଗଣନା ହେବ, ସବୁ ବର୍ଗଙ୍କ ଗଣତି ହେବ । ପ୍ରତି ପରିବାରର ଜଣେ ଜଣେ ମହିଳାଙ୍କୁ ଲକ୍ଷପତି କରାଯିବ । ଜୁଲାଇ ୪ରେ ପ୍ରଥମ କିସ୍ତି ଭାବେ ମହିଳାଙ୍କ ଖାତାକୁ ୮୫୦୦ ଯିବ । ବର୍ଷକରେ ୧ ଲକ୍ଷ ଟଙ୍କା ପ୍ରତି ମହିଳାଙ୍କ ଖାତାକୁ ଯିବ ବୋଲି କହିଲେ ରାହୁଲ ।

କୋଟିଏ ମହିଳାଙ୍କୁ ବର୍ଷକ ମଧ୍ୟରେ ଲକ୍ଷପତି କରିଦିଆଯିବ । ସାରା ଦେଶରେ ବନ୍ଦ ପଡ଼ିଥିବା କାରଖାନା ପୁଣି ଚାଲୁ କରିଦିଆଯିବ । ଚାଷୀମାନଙ୍କ ଋଣ ଛାଡ଼ କରାଯିବ, ଗ୍ୟାରେଣ୍ଟି ଏମ୍ଏସ୍ପି ଲାଗୁ ହେବ । ଇଣ୍ଡି ମେଣ୍ଟ ସରକାର ମନରେଗା ମଜୁରୀ ୪ଶହ ଟଙ୍କା କରିବ ।












Click it and Unblock the Notifications