ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧି; ସତ୍ୟଭାମାପୁର ଯାଇ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ

ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧି । ସ୍ବତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ବରରେ ପହଞ୍ଚିଲେ । ସତ୍ୟଭାମାପୁର ଯାଇ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହାପରେ ସାଲେପୁରରେ ଜନସଭାକୁ ସମ୍ବୋଧିତ କରିବେ ରାହୁଲ୍ ।

Rahul gandhi

୧୨ ଟା ୪୫ରେ ସାଲେପୁରଠାରେ ସାଧାରଣ ସଭାକୁ ସମ୍ବୋଧିତ କରିବେ । ୨ଟା ୧୫ରେ ସାଲେପୁରରୁ ଭୁବନେଶ୍ୱର ଫେରି ରାହୁଲ ଓଡ଼ିଶା ଛାଡିବେ । ଏହି ନ୍ୟାୟ ସମାବେଶରେ କଟକ, କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର ଲୋକସଭା ଆସନର କର୍ମୀ, ସମର୍ଥକ ସାମିଲ ହେବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଆଜି ଓଡ଼ିଆଙ୍କ ପାଇଁ ସ୍ୱାଭିମାନ ଦିବସ, ତେଣୁ ଓଡ଼ିଶାଙ୍କ ସ୍ୱାଭିମାନ ଓ ଅସ୍ମିତା କଥା କହିପାରନ୍ତି ରାହୁଲ ଗାନ୍ଧୀ । ଏହି ନ୍ୟାୟ ସମାବେଶରେ କଟକ, କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର ଲୋକସଭା ଓ ବିଧାନସଭା ଆସନର ପ୍ରାର୍ଥୀ ,ନେତା, କର୍ମୀ, ସମର୍ଥକ ସାମିଲ ହେବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ମଧୁବାବୁଙ୍କ ଜୟନ୍ତୀ ଉପଲକ୍ଷେ ତାଙ୍କ ଜନ୍ମସ୍ଥାନରେ ମଧୁବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ । ଏହାପରେ ହେଲିକପ୍ଟର ଯୋଗେ ସାଲେପୁର କୁଳିଆ ପଡ଼ିଆକୁ ଯିବେ । ସେଠାରେ ଆୟୋଜିତ ସମାବେଶରେ ଯୋଗଦେଇ ଉଦବୋଧନ ଦେବେ ରାହୁଲ ଗାନ୍ଧୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+