ଧର୍ମଶାଳା ଆସନକୁ ନେଇ ବିଜେପି ମୁଖ୍ୟାଳୟରେ ଧାରଣା; ସେପଟେ ପ୍ରଚାର ମୈଦାନକୁ ଓହ୍ଲାଇଲେ ସ୍ମୃତିରେଖା ପହି
ଯାଜପୁର ଧର୍ମଶାଳା ଆସନକୁ ନେଇ ବିଜେପିରେ ଅସନ୍ତୋଷ ଦେଖିବାକୁ ମିଳିଛି । ବିଜେପି କାର୍ଯ୍ୟାଳୟ ସମ୍ମୁଖରେ କିଛି ଅସନ୍ତୁଷ୍ଟ କର୍ମୀ ହଟ୍ଟଗୋଳ କରିଥିବା ଦେଖିବାକୁ ମିଳିଛି । ତେବେ ଟିକେଟ୍ ଘୋଷଣାକୁ ନେଇ ଅସନ୍ତୁଷ୍ଟ ଥିବା କୁହାଯାଉଛି ।
ଚାଲିଥିବା ବେଳେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ ସ୍ମୃତିରେଖା ପହି । ଗୋଟିଏ ପଟେ ଆଶାୟୀ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କୁ ଦଳ ଟିକେଟ ଦେଇ ନଥିବାରୁ ରାଜ୍ୟ ବିଜେପି ମୁଖ୍ୟାଳୟରେ ଧାରଣାରେ ବସିଛନ୍ତି ସମର୍ଥକ । ସନ୍ଧ୍ୟା ସୁଦ୍ଧା ଟିକେଟ ନ ମିଳିଲେ ସମୁହ ଇସ୍ତଫା ପାଇଁ ଚେତାବନୀ ଦେଇଛନ୍ତି ।

ଅନ୍ୟପଟେ ଯାଜପୁରରେ ମାଆ ବିରଜାଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି ବିଜେପି ପ୍ରାର୍ଥୀ ସ୍ମୃତିରେଖା ପହି । ମାଆଙ୍କ ଆଶୀର୍ବାଦ ନେବା ପରେ ସମର୍ଥକଙ୍କ ସହ ପ୍ରଚାର ଆରମ୍ଭ କରିଛନ୍ତି । ଧର୍ମଶାଳା ଲୋକେ ପରିବର୍ତ୍ତନ ଚାହୁଁଥିବାରୁ ଏଥର ଧର୍ମଶାଳାରେ ବିଜେପି ଆସିବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।
ଧର୍ମଶାଳାରୁ ସ୍ମୃତିରେଖା ପହିଙ୍କୁ ପ୍ରାର୍ଥୀ କରିଛି ଦଳ । ଏହାକୁ ବିରୋଧ କରି ପାର୍ଟି ଅଫିସରେ ତୁମୁଳକାଣ୍ଡ ଦେଖା ଦେଇଛି ।












Click it and Unblock the Notifications