Odisha Assembly Election: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ; ଆଜିଠୁ ମେ ୬ ତାରିଖ ଯାଏଁ ନାମାଙ୍କନ ଦାଖଲ
ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ମେ ୬ ତାରିଖ ଯାଏଁ ନାମାଙ୍କନ ଦାଖଲ । ମେ ୨୫ରେ ୬ ସଂସଦୀୟ କ୍ଷେତ୍ର ସହ ୪୨ ବିଧାନସଭା ଆସନରେ ପଡ଼ିବ ଭୋଟ ।
- ଓଡ଼ିଶା ବିଧାନସଭା ନିର୍ବାଚନ ପର୍ଯ୍ୟାୟ: ତୃତୀୟ
- ନିର୍ବାଚନ ତାରିଖ ଘୋଷଣା: ୧୬.୦୩.୨୦୨୪
- ଗେଜେଟ ବିଜ୍ଞପ୍ତି: ୨୯.୦୪.୨୦୨୪
- ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ: ୦୬.୦୫.୨୦୨୪
- ନାମାଙ୍କନ ପତ୍ର ଯାଞ୍ଚ ତାରିଖ: ୦୭.୦୫.୨୦୨୪
- ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ: ୦୯.୦୫.୨୦୨୪
- ଭୋଟ ଗ୍ରହଣ ତାରିଖ: ୨୫.୦୫.୨୦୨୪
- ଭୋଟ ଗଣତି ତାରିଖ: ୦୪.୦୬.୨୦୨୪

ଏହା ସହ ଆଜି ପ୍ରକାଶ ପାଇଛି ଏହି ୬ଟି ଲୋକସଭା କ୍ଷେତ୍ରରେ ନିର୍ବାଚନ ସମୟ । କେନ୍ଦୁଝର,ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ୍ ଗ୍ରହଣ ହେବ ।
ସେହିପରି ସମ୍ବଲପୁର ଲୋକସଭା କ୍ଷେତ୍ରର କୁଚିଣ୍ଡା, ରେଢାଖୋଲରେ ସକାଳ ୭ଟାରୁ ୪ଟା ଯାଏ ଭୋଟିଂ ହେବ । ଦେଓଗଡ଼ରେ ସକାଳ ୭ଟାରୁ ଅପରାହ୍ଣ ୫ଟା ଯାଏଁ ଭୋଟ୍ ହେବ। ରେଙ୍ଗାଲି, ସମ୍ବଲପୁର, ଛେଣ୍ଡିପଦା, ଆଠମଲ୍ଲିକରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ୍ ଗ୍ରହଣ ଚାଲିବ । ଏଥିରେ ୪୮,୨୬,୩୭୫ଜଣ ପୁରୁଷ ଏବଂ ୪୬,୧୪,୧୩୪ଜଣ ମହିଳା, ୧୨୮୮ଜଣ କିନ୍ନର ଭୋଟର ଅଛନ୍ତି । ମେ ୨୫ରେ ୬ ସଂସଦୀୟ କ୍ଷେତ୍ର ସହ ୪୨ ବିଧାନସଭା ଆସନରେ ପଡ଼ିବ ଭୋଟ ।












Click it and Unblock the Notifications