ଶପଥ ନେବା ପରେ ପ୍ରଥମେ ବିଜୁଳି ବିଲ୍ ଛାଡ଼: ନବୀନ ପଟ୍ଟନାୟକ
ସାରା ଦେଶରେ ଜାରି ରହିଛି ସାଧାରଣ ନିର୍ବାଚନ । ବର୍ତ୍ତମାନ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇସାରିଛି । ଆହୁରି ବାକି ରହିଛି ୩ଟି ପର୍ଯ୍ୟାୟ । ଏହି ସମୟରେ ବିଭିନ୍ନ ରାଜନୈତିକ ଦଳ ପ୍ରଚାର ପ୍ରସାରରେ ଲାଗିପଡିଛନ୍ତି ।

ଭିନ୍ନ ଭିନ୍ନ ରାଜନୈତିିକ ଦଳ ନିର୍ବାଚନରେ ଜିତିବା ନେଇ ଦାବି କରୁଛନ୍ତି । ଏହାରି ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ଅଧକ୍ଷ ପାଣ୍ଡିଆନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଦାବି କରାଯାଇଛି । ତାହା ସହ ସମସ୍ତଙ୍କୁ BSKY କାର୍ଡ ମିଳିବ ବୋଲି କୁହାଯାଇଛି । ।ସରକାରୀ କର୍ମଚାରୀ ବି ପାଇବେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ । ପୂର୍ବରୁ BSKY କାର୍ଡ କେବଳ BPL ହିତାଧିକାରୀଙ୍କୁ ମିଳୁଥିବା ବେଳେ ଏବେ ସମସ୍ତଙ୍କୁ ଖୁସି ଖବର ଦେଇଛନ୍ତି ପାଣ୍ଡିଆନ ।
#NaveenOdisha #NaveenGuarentee pic.twitter.com/mRK79kS9Lm
— Swayam Prakash (@swayam4Odisha) May 15, 2024
ପ୍ରଥମରୁ ଏହି ଭିଡ଼ିଓରେ ବିଜେଡି ନେତା ଭି.କେ ପାଣ୍ଡିଆନ କହୁୁଛନ୍ତି, ଆମେ ଦେବଗଡ଼ରେ ଅଛୁ, ଜୁନ୍ ୯ ତାରିଖରେ ଓଡ଼ିଶାବାସୀଙ୍କ ପ୍ରିୟ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିବେ। ଶପଥ ନେବା ପରେ ପ୍ରଥମେ ବିଜୁଳି ବିଲ ଛାଡ଼ କରିବେ। ଏହା ସହ ମୁଖ୍ୟମନ୍ତ୍ରୀ ନିଜେ କହିଛନ୍ତି, ଏହା ହେଉଛି ନବୀନ ପଟ୍ଟନାୟକ ବିଜୁଳି ଗ୍ୟାରେଣ୍ଟି, ଶଙ୍ଖ ଚିହ୍ନର ଗ୍ୟାରେଣ୍ଟି।












Click it and Unblock the Notifications