ଓଡ଼ିଶା ବିଧାନସଭା ନିର୍ବାଚନ: କଂଗ୍ରେସ ଛାଡ଼ିଲେ ପୂର୍ବତନ ଭାରତୀୟ ହକି ତାରକା ପ୍ରବୋଧ ତିର୍କୀ

କଂଗ୍ରେସ ଛାଡ଼ିଲେ ପୂର୍ବତନ ଭାରତୀୟ ହକି ତାରକା ପ୍ରବୋଧ ତିର୍କୀ । ତଳସରା ଆସନରୁ ବେବେନ୍ଦ୍ରଙ୍କୁ ଟିକେଟ ମିଳିବା ପରେ ଦଳ ଛାଡ଼ିଛନ୍ତି ପ୍ରବୋଧ । ଟିକେଟ୍ କଟିବା ପରେ କ୍ୟାମେରା ଆଗରେ କାନ୍ଦିଥିଲେ l ହକି ତାରକା ପ୍ରବୋଧ ତିର୍କୀ ।

ଟିକେଟ ଦେଇ ଟିକେଟ କାଟିବା କାରଣ କଣ ବୋଲି କହି କାନ୍ଦିଥିଲେ ପ୍ରବୋଧ ତିର୍କୀ । ତେବେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କଲି କିନ୍ତୁ ବିଫଳ ହେଲି ବୋଲି ସେ କହିଥିଲେ ।

ଲୋକଙ୍କ ସେବା କରିବାକୁ କଂଗ୍ରେସରେ ସାମିଲ ହୋଇଥିଲି କିନ୍ତୁ ଦଳରେ ସମ୍ମାନ ମିଳିଲାନି । ଏବେ କଂଗ୍ରେସ ଛାଡ଼ିଲି କର୍ମୀଙ୍କ ସହ ଆଲୋଚନା କରି ଆଗକୁ ନିଷ୍ପତ୍ତି କ'ଣ ନେବି ସେ ବାବଦରେ ଜଣାଇବି ।

Prabodh Tirkey

କଡା ପ୍ରତିଦ୍ବନ୍ଦ୍ବିତା ହେବ ବୋଲି ଆଶା ରଖିଥିଲେ ପ୍ରବୋଧ ଓ ତାଙ୍କ କର୍ମୀ । ଏମିତିକି ନିର୍ବାଚନୀ ପ୍ରଚାର ମଧ୍ୟ ଆରମ୍ଭ କରିଦେଇଥିଲେ । ହେଲେ ଦଳ ପ୍ରଥମେ ଟିକଟ ଦେଇଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କ ଟିକଟ ପରିବର୍ତ୍ତନ କରିଥିଲା । ଯେଉଁଥିପାଇଁ ଅସନ୍ତୋଷ ଥିଲେ ପ୍ରବୋଧ ।

ତଳସରା ନିର୍ବାଚନ ମଣ୍ଡଳୀରୁ ତାଙ୍କ ଟିକଟ କାଟି ଦେବେନ୍ଦ୍ର ଭିତରିଆଙ୍କ ନାଁ ଘୋଷଣା କରିଥିଲା ଦଳ । ଯାହାକୁ ନେଇ ପ୍ରବୋଧ ଅସନ୍ତୋଷ ଜାହିର କରିଥିଲେ ।

ପ୍ରବୋଧ ଭାରତୀୟ ହକି ଟିମର ପୂର୍ବତନ ଅଧିନାୟକ ଅଟନ୍ତି । 2007 ମସିହାରେ ଚେନ୍ନାଇରେ ଅନୁଷ୍ଠିତ ଏସିଆ କପରେ ଭାରତୀୟ ହକି ଟିମ ବିଜେତା ହୋଇଥିଲା । ସେହି ସମୟରେ ମଧ୍ୟ ଭାରତୀୟ ହକି ଟିମରେ ଖେଳିଥିଲେ ପ୍ରବୋଧ ।

କିଛି ମାସ ତଳେ କଂଗ୍ରେସ ଦଳର ସାମିଲ ହୋଇଥିଲେ ଭାରତୀୟ ହକି ଦଳର ପୂର୍ବତନ କ୍ୟାପଟେନ ପ୍ରବୋଧ ତିର୍କୀ । ରାହୁଲ ଗାନ୍ଧୀଙ୍କ ଆର୍ଦଶରେ ଅନୁପ୍ରାଣିତ ହୋଇଗତ ବର୍ଷ ସେପ୍ଟେମ୍ବର ମାସରେ କଂଗ୍ରେସରେ ସାମିଲ ହୋଇଥିଲେ ପ୍ରବୋଧ ତିର୍କୀ । କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ତାଙ୍କ ନାମ ମଧ୍ୟ ଆସିଥିଲା । ଏବେ ଦଳ ତାଙ୍କ ଠାରୁ ଟିକଟ ଫେରାଇ ନେଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+