ଓଡ଼ିଶା ବିଧାନସଭା ନିର୍ବାଚନ: ସମ୍ବଲପୁରରେ ପ୍ରଚାରର ମଙ୍ଗ ଧରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଆଜି ସମ୍ବଲପୁରରେ ପ୍ରଚାରର ମଙ୍ଗ ଧରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦିନ ୧୧ଟା ୧୫ ମିନିଟ ସମୟରେ ଅଇଁଠାପାଲି ପିଏଚଡି ପଡିଆକୁ ଯିବେ ସେଠାରେ ଜନ ସଭାକୁ ସମ୍ବୋଧନ କରିବେ ନବୀନ । ମଧ୍ୟାହ୍ନ ୧୨ଟା ୦୫ ମିନିଟ ସମୟରେ ନାକଟିଦେଉଳ କଲେଜ ପଡିଆରେ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।

ଚଳିତ ନିର୍ବାଚନରେ ପ୍ରଥମ କରି ମୁଖ୍ୟମନ୍ତ୍ରୀ ସମ୍ବଲପୁର ଗସ୍ତ କରୁଥିବାରୁ ବିଜୁ ଜନତା ଦଳର କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ରହିଛି । ସମ୍ୱଲପୁର ଏବେ ରାଜ୍ୟ ରାଜନୀତିର ହଟସ୍ପଟ୍ ପାଲଟିଥିବା ବେଳେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ କିଭଳି ଟାର୍ଗେଟ କରିବେ ଏନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବିଜୁ ଜନତା ଦଳକୁ ଆଗକୁ ବଢ଼ିବାରେ ଇନ୍ଧନ ଯୋଗାଇବା ବୋଲି କୁହାଯାଉଛି ।

naveen Patnaik

ଗତକାଲି ରାଜଧାନୀ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ ଶୋ' ହୋଇଥିଲା । ସାମିଲ ହୋଇଥିଲେ ଲକ୍ଷ ଲକ୍ଷ ଲୋକ । ଜନ ସମୁଦ୍ର ପାଲଟିଥିଲା ରାଜଧାନୀ ରାଜରାସ୍ତା । ଗଙ୍ଗନଗର ଛକରୁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ' । ମୁଖ୍ୟମନ୍ତ୍ରୀ ହାତ ହଲାଇ ଉପସ୍ଥିତ ଜନତାଙ୍କୁ ଅଭିବାଦନ ଜଣାଇବା ସହ ଭୁବନେଶ୍ୱର ସାଂସଦ ଓ ମଧ୍ୟ ବିଧାୟକ ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖରେ ଭୋଟ ଦେବାକୁ ଅପିଲ୍ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+