ଓଡ଼ିଶା ବିଧାନସଭା ନିର୍ବାଚନ: ଶୋଭାଯାତ୍ରାରେ ଆସିଲେ ହେଲେ ନାମାଙ୍କନ କଲେନି ଅଙ୍କିତ ପ୍ରତାପ ଜେନା
ଶୋଭାଯାତ୍ରାରେ ଆସିଲେ ହେଲେ ନାମାଙ୍କନ କଲେ ନାହିଁ । ମାହାଙ୍ଗା ବିଜେଡି ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ଗତକାଲି ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନାମାଙ୍କନ କରିବାକୁ ଆସିଥିଲେ । ହେଲେ ନାମାଙ୍କନ ନ କରି ସେ ଫେରି ଯାଇଥିଲେ ।
ତେବେ ନାମାଙ୍କନ ନ କରି ଫେରିଆସିବାର କାରଣ ସ୍ପଷ୍ଟ ହୋଇନାହିଁ । ସେ ହଜାର ହଜାର ସମର୍ଥକଙ୍କ ଗହଣରେ ବିରାଟ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ । ହେଲେ ସେ କାହିଁକି ନାମାଙ୍କନ ନ କରି ଫେରିଆସିଲେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏନେଇ ମାହାଙ୍ଗା ରାଜନୀତି ଜୋର ଧରିଥିବା ବେଳେ କାହିଁକି ଅଙ୍କିତ ନାମାଙ୍କନ ଭରିଲେ ନାହିଁ ତାହା କେହି ସ୍ପଷ୍ଟଭାବେ କହିପାରୁନାହାଁନ୍ତି ।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି। ସୋମବାର ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବାର ପ୍ରାୟ ୧ ଘଣ୍ଟା ପରେ ମାହାଙ୍ଗା ବିଜେଡି ପ୍ରାର୍ଥୀ ଅଙ୍କିତ୍ ପ୍ରତାପ ଜେନା ଓ ବିଧାୟକ ପ୍ରତାପ ଜେନା ସ୍ଥାନୀୟ ପଞ୍ଚମୁଖୀ ହନୁମାନ ମନ୍ଦିରଠାରୁ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ।
ହେଲେ ମାହାଙ୍ଗା ନିର୍ବାଚନମଣ୍ଡଳୀ ପାଇଁ ଦାୟିତ୍ୱରେ ଥିବା ରିଟର୍ନିଂ ଅଫିସର ତଥା ଅତିରିକ୍ତ ଜିଲାପାଳ ଉମାକାନ୍ତ ରାଜ୍ଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ ନ କରି ଅଙ୍କିତ୍ ଫେରିଯାଇଛନ୍ତି। ଏହାକୁ ନେଇ ଏବେ ହଟଚମଟ ସୃଷ୍ଟି ହୋଇଛି। ଏପରି କି ମାହାଙ୍ଗାର ବିଜେଡି ପ୍ରାର୍ଥୀଙ୍କୁ ବଦଳାଇ ପ୍ରତାପ ଜେନାଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ମିଳିଥିବା ସୂଚନା ମୁତାବକ, ବିଜେଡି ଯଦି ପ୍ରାର୍ଥୀ ନ ବଦଳାଏ, ତେବେ ପ୍ରତାପ ବିଜେଡି ପ୍ରାର୍ଥୀ ଅଙ୍କିତ୍ଙ୍କ ସହ ସ୍ବାଧୀନ ପ୍ରାର୍ଥୀ ଭାବେ ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ କରିପାରନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏନେଇ ଅଙ୍କିତ୍ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।












Click it and Unblock the Notifications