Odisha Assembly Election: ଶଙ୍ଖ ଫୁଙ୍କିଲେ ଅପରାଜିତାଙ୍କ ବିଶ୍ଵସ୍ତ ଅଖିଳ ପଟ୍ଟନାୟକ
ଆଉ ଚାରି ଦିନ ପରେ ଭୋଟ୍ ଦେବ ଓଡ଼ିଶା । ଚଳିତ ନିର୍ବାଚନକୁ ନେଇ ରାଜ୍ୟର ରାଜନୀତି ସରଗରମ ରହିଥିବା ବେଳେ ଦଳ ଡିଆଁ ଜାରି ରହିଛି । ଆଉ ଏହି କ୍ରମରେ ବୁଧବାର ଶଙ୍ଖ ଭବନରେ ଭାଜପା ନେତା ତଥା ଅଭିନେତା ଅଖିଳ ପଟ୍ଟନାୟକ ଶଙ୍ଖ ଫୁଙ୍କିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ ଓ ଖୋର୍ଦ୍ଧା ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନାଙ୍କ ପକ୍ଷରୁ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର ।
ସେ ଭୁବନେଶ୍ୱରର ଏମ୍ପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କ ଖାସ୍ ଅନୁଗତ ଥିଲେ । କିଛି ଦିନ ତଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କରି ବିଜେପି ପରିତ୍ୟାଗ କରିଥିଲେ ।

କୋଭିଡ ସମୟରେ ପ୍ରବାସୀଙ୍କ ପାଇଁ କାମ କରିବା ସହ କର୍କଟ ରୋଗୀଙ୍କ ପାଇଁ କାମ କରିଛନ୍ତି ଅଖିଳ । ତାଙ୍କ ପରିବାରର ଲମ୍ବା ରାଜନୈତିକ ଇତିହାସ ରହିଛି । ଜେଜେବାପା ଖୋର୍ଦ୍ଧା ତାପଙ୍ଗ ପଞ୍ଚାୟତର ସରପଞ୍ଚ ଥିଲେ । ନବୀନ ପଟ୍ଟନାୟକଙ୍କ ହାତମୁଠା ଟାଣ ସହ ଖୋର୍ଦ୍ଧା ସଂଗଠନ ମଜଭୁତ କରିବାକୁ ସେ ବିଜେଡିରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ସସ୍ମିତ ।
ବୀନ ପଟ୍ଟନାୟକ ସେହି ଆଦର୍ଶରେ କାମ କରି ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଏହି ରଥକୁ ସେ ଟାଣିବାକୁ ଆସିଛନ୍ତି ବୋଲି କହିଛନ୍ତି ଅଖିଳ । ବିରୋଧୀ ଦଳରେ ଥିବାବେଳେ ଅନ୍ଧ ପିଟୁଳି ବାନ୍ଧି ଦେଇଥିଲେ ।
ଦଳରେ ଯୋଗଦାନ ପରେ ବିଜେଡି ପାଇଁ କାମ କରିବା ସହ ଦଳ ଛାଡିବିନି ବୋଲି କହିଛନ୍ତି ଅଖିଳ । ଅନ୍ଯପଟେ ବିଜେପିରେ ବିଜେପି ଗୋଟେ, ଅପରାଜିତା ଗୋଟେ, ଧର୍ମେନ୍ଦ୍ର ଗୋଟେ, ଆରଏସଏସ ଗୋଟେ । ସେଠି କାହାକୁ ଗୁହାରି କରିବ ବୋଲି ସେ କହିଛନ୍ତି।












Click it and Unblock the Notifications