ସଂଧ୍ୟା ୫ଟା ସୁଦ୍ଧା କେତେ ପ୍ରତିଶତ ହୋଇଛି ମତଦାନ
Lok Sabha Election 2024: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ସଂଧ୍ୟା ୫ଟା ସୁଦ୍ଧା ୬୭.୦୭ ପ୍ରତିଶତ ମତଦାନ ହୋଇଥିବା ନେଇ ସୂଚନା ରହିଛି । ସେହିପରି ଦେଶରେ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ୬୨.୩୧ ପ୍ରତିଶତ ଲୋକ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ନିଜର ମତ ସାବ୍ୟସ୍ଥ କରିଛନ୍ତି ।
ଓଡ଼ିଶାର କଳାହାଣ୍ତିରେ ୬୭.୦୭ପ୍ରତିଶତ, ନବରଙ୍ଗପୁରରେ ୬୫.୦୭ପ୍ରତିଶତ, କୋରାପୁଟରେ ୬୧.୪୩ ପ୍ରତିଶତ ଏବଂ ସବୁଠୁ କମ୍ ବ୍ରହ୍ମପୁରରେ ୫୮ ପ୍ରତିଶତ ମତଦାନ ହୋଇଛି । କୋରାପୁଟର କୋଟିଆରେ ରେକର୍ଡ ସଂଖ୍ୟକ ମତଦାନ ହୋଇଛି । କୋଟିଆ ପଞ୍ଚାୟତର ୯ଟି ବୁଥରେ ୫୩.୩ ପ୍ରତିଶତ ମତଦାନ ହୋଇଛି ।

ନିର୍ବାଚନ ପରିଚାଳନାରେ ତ୍ରୁଟି ପାଇଁ ୨ ଜଣ ପୋଲିଂ ଅଫିସରଙ୍କୁ ସସପେଣ୍ତ କରାଯାଇଛି । ୨ ପ୍ରିଜାଇଡିଂ ଅଫିସରଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ଏହି ଦୁଇ ଅଧିକାରୀ ଡ୍ୟୁଟିରେ ଅବହେଳା କରୁଥିବାର ୱେବ୍ କାଷ୍ଟିଂରେ ଦେଖିବାକୁ ମିଳିଥିଲା । ଯାହା ପରେ ଉଭୟଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।












Click it and Unblock the Notifications