ବୈଜୟନ୍ତ, ପ୍ରତାପ, ଧର୍ମେନ୍ଦ୍ର ଓ ଅପରାଜିତାଙ୍କ ମିଳିତ ପ୍ରେସ୍ ମିଟ୍: ରାଜ୍ୟ ସରକାରଙ୍କୁ ମାଗିଲେ ଜବାବ

ଗୋଟେ ପଟେ ଚାଲିଛି ମତଦାନ, ଆଉ ଅନ୍ୟପଟେ ବିଜେଡ଼ି ଉପରେ ବିଜେପିରେ ହଲ୍ଲାବୋଲ୍ । ବିଜେଡ଼ିର ଶାସନ ସମୟରେ ରାଜ୍ୟରେ ହୋଇଥିବ ଅନେକ ଅସୁବିଧାକୁ ନେଇ ବର୍ଷିଲା ବିଜେପି ।

ବରିଷ୍ଠ ନେତାଗଣ ସମ୍ମିଳିତ ଭାବରେ ଅତ୍ୟନ୍ତ କଠୋର ଆଭିମୁଖ୍ଯ ଗ୍ରହଣ କରିଛନ୍ତି ଶାସକ ବିଜୁ ଜନତାଦଳ ବିରୁଦ୍ଧରେ । ପ୍ରଥମ ଥର ପାଇଁ ଆଜି ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା, ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ, ସାଂସଦ ଅପରାଜିତା ଷଡଙ୍ଗୀ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦେଖିବାକୁ ମିଳିଛି ଗୋଟିଏ ମଞ୍ଚରେ । ବିଜେପିର ଏଭଳି ଆକ୍ରମଣ ରାଜ୍ୟର ରାଜନିତିକୁ ହଠାତ୍‌ ସରଗରମ କରିଦେଇଛି ।

ଲକ୍ଷ୍ମଣାନନ୍ଦଙ୍କୁ ହତ୍ୟା ପାଇଁ କିଏ ଦାୟୀ

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ପ୍ରେସମିଟରେ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କୁ ହତ୍ୟା ପ୍ରସଙ୍ଗ ଉଠାଇଲା ବିଜେପି । ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ । ଜାଣିଶୁଣି ସୁରକ୍ଷା ବ୍ୟବସ୍ଥା ଢ଼ିଲା କରାଯାଇଥିଲା କହିଲେ । ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ ବିଭାଗ ଥିଲା । ଏହି ହତ୍ୟାକାଣ୍ଡ ପଛରେ ଷଡ଼ଯନ୍ତ୍ର ଥିଲା- ପ୍ରତାପ ଷଡ଼ଙ୍ଗୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଜବାବ ଦିଅନ୍ତୁ ବୋଲି ସେ କହିଥିଲେ ।

bjp target bjd

DPR କାହିଁକି ଭୁଲ ହେଲା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠାଇ ବର୍ଷିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ କହିଥିଲେ DPR କାହିଁକି ଭୁଲ ହେଲା ଓ ବଦଳା ଗଲା କାହିଁକି ପଚାରିଲେ । ଯେଉଁ ପ୍ରାଚୀନ ମଠ ସବୁ ଭଙ୍ଗା ଗଲା କେବେ ତିଆରି ହେବ । ଶ୍ରୀମନ୍ଦିର ପ୍ରକଳ୍ପ ପାଇଁ ୪୨ ଶହ କୋଟିର ବ୍ୟୟ ସାର୍ବଜନୀନ ହେଉ ବୋଲି ସେ ପ୍ରଶ୍ନ କରିଥିଲେ ।

ନବୀନଙ୍କ ଡିପ୍ ଫେକ୍ ଭିଡିଓ

ରାଜ୍ୟରେ ସରକାର ଆଉଟ ସୋର୍ସ ହୋଇଛି କହିଲେ ବୈଜୟନ୍ତ ପଣ୍ଡା । ଆଜି ମୁଖ୍ୟମନ୍ତ୍ରୀ କାହିଁକି ଆଉ କାହା ସହ ଦେଖାଯାଉ ନାହାନ୍ତି । କେବଳ ଜଣଙ୍କୁ ତାଙ୍କ ସହ ଦେଖିବାକୁ ମିଳୁଛି ବୋଲି କହିଲ ବୈଜୟନ୍ତ ପଣ୍ଡା । ତାଙ୍କୁ ଏକପ୍ରକାର ବନ୍ଦୀ କରାଯାଇଛି ବୋଲି କହିଲେ ବୈଜୟନ୍ତ । ବ୍ୟକ୍ତିଗତ ଭାବେ ମୋତେ ଏହା ବେଶି ବାଧିଛି ବୋଲି କହିଲେ ବୈଜୟନ୍ତ । ଆମ ପରିବାର ସହ ତାଙ୍କର ବହୁ ପୁରୁଣା ସମ୍ପର୍କ ରହିଛି । ସେ ଆହୁରି କହିଛନ୍ତି ଯେ, ୨୦୧୮ ପର୍ଯ୍ୟନ୍ତ ନବୀନ ବାବୁ ଏପରି ନ ଥିଲେ । ନବୀନ ବାବୁ କ୍ୟାପ୍‌ଚର ହେବା ଯୋଗୁଁ ଓଡ଼ିଆ ଅସ୍ମିତା ବିପଦରେ ।

ସେ ଆହୁରି କହିଛନ୍ତି, ନବୀନ ବାବୁଙ୍କର ଯେଉଁ ଭିଡିଓ ଆସୁଛି ତାହା ତାଙ୍କର ନୁହେଁ । ତାହା ତାଙ୍କର 'ଡିପ୍‌ ଫେକ୍‌' ବୋଲି କୁହାଯାଇ ପାରିବ' । କେହି ଜଣେ ତାଙ୍କୁ ମାଇକ୍ରୋଫୋନ ଧରି କୁହାଉଛି । ଆଉ ଯାହା ଡିଫ୍‌ ଫେକ୍‌ ଜରିଆରେ କହୁଛନ୍ତି ତାହା ସତ ତ' । ଓଡ଼ିଶାବାସୀ ତାଙ୍କୁ ଭୋଟ ଦେଇଥିଲେ, ସମସ୍ତେ ଜାଣିବା ଦରକାର । ନବୀନ ବାବୁଙ୍କୁ ବନ୍ଦୀ ଅବସ୍ଥାରୁ ଉଦ୍ଧାର କରିବା ଦରକାର ପଡ଼ୁଛି ।

ଓଡ଼ିଆ ଅସ୍ମିତାର ପ୍ରଶ୍ନ

ମୁଖ୍ୟମନ୍ତ୍ରୀ ଶାସ୍ତ୍ରୀୟ ଭାଷା, ନୃତ୍ୟ ସଙ୍ଗୀତ କ'ଣ ଜାଣି ନାହାନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି ।।ଯିଏ ଯାହା ଲେଖିଲା କହି ଦେଉଛନ୍ତି । ରାଜ୍ୟରେ ୫୦% ପିଲା ମାଟ୍ରିକ ପରୀକ୍ଷା ଦେବାକୁ ଯାଉନାହାନ୍ତି । ମାଙ୍କଡ଼ ହାତରେ ଶାଳଗ୍ରାମ କହି ତାଚ୍ଛଲ୍ୟ କଲେ ଧର୍ମେନ୍ଦ୍ର । ହିଞ୍ଜିଳିରୁ କାହିଁକି ବେଶି ଲୋକ ଗୁଜରାଟକୁ କାମ କରିବାକୁ ଯାଉଛନ୍ତି । ଏଇଥର ବିଜେପିକୁ ସୁଯୋଗ ଦିଅନ୍ତୁ, ଏକ ନମ୍ବର ହେବ ଓଡ଼ିଶା । ପାଣି, ଶିକ୍ଷା ଓ ସ୍ବାସ୍ଥ୍ୟ ଅବସ୍ଥା ବିପର୍ଯ୍ୟସ୍ତ, ନାରୀ ସୁରକ୍ଷା ଚିନ୍ତାଜନକ । ଓଡ଼ିଶା ଶିଶୁ ମୃତ୍ୟୁହାରରେ ଦେଶରେ ତୃତୀୟ ସ୍ଥାନରେ ରହିଛି । ।ଜାତୀୟ ସ୍ତରର ମୁଣ୍ଡ ପିଛା ଆୟରେ ବି ପଛରେ ପଡ଼ିଛି ଓଡ଼ିଶା । ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ । ରାଜ୍ୟରେ ଅଭୁତପୂର୍ଣ୍ଣ ପରିବର୍ତ୍ତନ ହେବାକୁ ଯାଉଛି କହିଲେ ଧର୍ମେନ୍ଦ୍ର' । ଓଡ଼ିଶାକୁ ୧ନଂ ରାଜ୍ୟ କରିବା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ' । '୨୫ ବର୍ଷ ଶାସନ କାଳରେ ଓଡ଼ିଶା ଆଜି ପଛରେ ପଡ଼ିଛି କହିଲେ ଧର୍ମେନ୍ଦ୍ର' ।

ବିଜେଡି ଆତ୍ମବିଶ୍ବାସ ହରାଇଛି କହିଲେ ରାଜ୍ୟ ବିଜେପି ସଭାପତି । ହାରିବାକୁ ଗ୍ରହଣ କରିପାରୁ ନାହାନ୍ତି କହିଲେ ମନମୋହନ ସାମଲ । 'ଆଜି ଯିଏ ଗୁମାସ୍ତା ସାଜିଛନ୍ତି କହୁଛନ୍ତି ହାରିଲେ ସନ୍ନ୍ୟାସ ନେବେ ରାଜନୀତିରେ ହାରଜିତ ଏକ ସ୍ବାଭାବିକ ପ୍ରକ୍ରିୟା । ହତାଶ ହୋଇ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବୃତି ଦେଉଛନ୍ତି । ଆମେ ଯାହା ସଂକଳ୍ପ ପତ୍ର ଦେଇଛୁ ତାହା ପୂରଣ କରିବୁ ବୋଲି ମନମୋହନ ସାମଲ କହିଛନ୍ତି ।

ଓଡ଼ିଶାବାସୀଙ୍କୁ ମହଙ୍ଗା, ଚେନ୍ନାଇକୁ କାହିଁକି ଶସ୍ତା ବିଜୁଳି ଉଠିଲା ପ୍ରଶ୍ନ । ପ୍ରେସମିଟରେ ପ୍ରଶ୍ନ ଉଠାଇଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଓଡ଼ିଶାରୁ ଚେନ୍ନାଇକୁ ବିତରଣକାରୀ ସଂସ୍ଥା ୨ ଟଙ୍କା ୫୨ରେ ବିଜୁଳି ବିକୁଛି' । 'ଓଡ଼ିଶା ଉପଭୋକ୍ତାଙ୍କଠାରୁ ସେହି କଂପାନୀ ୨ ଟଙ୍କା ୮୨ ଆଦାୟ କରୁଛି' । 'ଓଡ଼ିଶାବାସୀଙ୍କୁ ମହଙ୍ଗା, ଚେନ୍ନାଇବାସୀଙ୍କୁ କାହିଁକି ଶସ୍ତା ବିଜୁଳି ଦିଆଯାଉଛି' ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+