ଶେଷ ପର୍ଯ୍ୟାୟ ପାଇଁ ମତଦାନ ଜାରି; ଦିନ ୩ଟା ସୁଦ୍ଧା ରାଜ୍ୟରେ ୪୯.୭୭% ଭୋଟିଂ

ରାଜ୍ୟରେ ଶେଷ ପର୍ଯ୍ୟାୟ ପାଇଁ ମତଦାନ ଜାରି ରହିଛି । ଦିନ ୩ଟା ସୁଦ୍ଧା ୪୯.୭୭% ଭୋଟିଂ ହୋଇଛି । ବାଲେଶ୍ୱରରେ ୫୪.୦୪ ପ୍ରତିଶତ ମତଦାନ ହୋଇଥିବାବେଳେ ଭଦ୍ରକରେ ୪୬.୩୩%, ଜଗତସିଂପୁରରେ ୫୨.୫୨%, ଯାଜପୁରରେ ୪୮.୮୦%, କେନ୍ଦ୍ରାପଡାରେ ୪୬.୪୬%, ମୟୂରଭଞ୍ଜରେ ୫୧.୦୩ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ୱରରେ ସର୍ବାଧିକ ଭୋଟିଂ ହୋଇଥିବା ବେଳେ ଭଦ୍ରକରେ ସର୍ବନିମ୍ନ ରହିଛି ।

odisha assembly election

ଏହି ପର୍ଯ୍ୟାୟରେ ୬ଟି ଲୋକସଭା କ୍ଷେତ୍ର ଯଥା ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିଜ ପ୍ରତିନିଧି ବାଛୁଛନ୍ତି ଭୋଟର ।

ବିଧାନସଭା ଆସନ ପାଇଁ ଭୋଟିଂ ଚାଲିଛି । ଯାହାର ଫଳାଫଳ ଜୁନ୍ ୪ ତାରିଖରେ ପ୍ରକାଶ ପାଇବ । ଶେଷ ପର୍ଯ୍ୟାୟ ମତାଦାନ ପାଇଁ ୧୦ ହଜାର ୮୮୨ଟି ବୁଥ ରହିଛି । ଯାହା ମଧ୍ୟରୁ ୨୧ ପ୍ରତିଶତ ବୁଥ ସମ୍ବେଦନଶୀଳ ରହିଛି । ୪୬୦ ନେତାଙ୍କର ହେବ ଭାଗ୍ୟ ପରୀକ୍ଷା । ସେହିପରି ୯୯ ଲକ୍ଷରୁ ଅଧିକ ଭୋଟର ଦେବେ ମତଦାନ ।

ଲୋକସଭା ନିର୍ବାଚନ ଶେଷ ପର୍ଯ୍ୟାୟରେ ଆଜି ୭ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୭ଟି ସିଟରେ ଆଜି ଭୋଟିଂ ହେଉଛି । ଏଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାରାଣାସୀ ସିଟ ବି ସାମିଲ ଅଛି । ପଞ୍ଜାବ ଓ ୟୁପିରେ ୧୩-୧୩ ସିଟ, ପଶ୍ଚିମବଙ୍ଗରେ ୯, ବିହାରର ୮, ଓଡିଶାର୬, ହିମାଚଳର ୪, ଝାଡଖଣ୍ଡର ୩ ଓ ଚଣ୍ଡିଗଡର ଗୋଟିଏ ସିଟରେ ହେଉଛି ମତଦାନ ।

ଏହି ପର୍ଯ୍ୟାୟରେ ଅନେକ ବଡ ବଡ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ । ହମୀରପୁରରୁ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର, ଡାୟମଣ୍ଡ ହାର୍ବରରୁ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ, ପଟିୟାଲାପୁତ୍ରରୁ ଲାଲୁଯାଦବଙ୍କ ଝିଅ ମିସା ଭାରତୀ, ମଣ୍ଡିରୁ କଙ୍ଗନା ରଣାୱତ ମୈଦାନରୁ ନିର୍ବାଚନ ଲଢୁଛନ୍ତି ।

ଦିନ ଗୋଟିଏ ସୁଦ୍ଧା ଦେଶରେ ୪୦.୦୯ ପ୍ରତିଶତ ମତକଦାନ ହୋଇଥିବା ବେଳେ, ବିହାରରେ ୩୫.୬୫ ପ୍ରତିଶତ, ହିମାଚଳ ପ୍ରଦେଶରେ, ୪୮.୬୩ ପ୍ରତିଶତ, ଝାଡଖଣ୍ଡରେ ୪୬.୮୦ ପ୍ରତିଶତ, ଓଡିଶାରେ ୩୭.୬୪ ପ୍ରତିଶତ, ପଞ୍ଜାବରେ ୩୭.୮୦ ପ୍ରତିଶତ, ଉତ୍ତରପ୍ରଦେଶରେ ୩୯.୩୧ ପ୍ରତିଶତ, ପଶ୍ଚିମବଙ୍ଗରେ ୪୫.୦୭ ପ୍ରତିଶତ ଓ ଚଣ୍ଡିଗଡରେ ୪୦.୧୪ ପ୍ରତିଶତ ଭୋଟ ପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+