ଓଡ଼ିଶା ବିଧାନସଭା ନିର୍ବାଚନ: କାଲି କଟକରେ ରୋଡ୍‌ ସୋ' କରିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

କାଲି କଟକରେ ରୋଡ୍‌ ସୋ । କାଲି କଟକରେ ରୋଡ୍‌ ସୋ' କରିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଅପରାହ୍ନ ୪ଟାରୁ ରୋଡ୍‌ ସୋ' ନେଇ କଟକ ନଗର ସଭାପତିଙ୍କ ସୂଚନା ।

ଶୋଭାଯାତ୍ରା ଅପରାହ୍ନ ୪ଟାରୁ ଗୋପବନ୍ଧୁ ବାଗ ଠାରୁ ଆରମ୍ଭ ହୋଇ ବକ୍ସିବଜାର, ତିନିକୋଣିଆ ବଗିଚା, ଦରଘା ବଜାର, ଚୌଧୁରୀ ବଜାର, ନୟାସଡ଼କ, ବାଲୁବଜାର, ଚାନ୍ଦିନୀ ଚୌକ, ମହମଦିଆ ବଜାର, ଶେଖ ବଜାର ହୋଇ ଚଣ୍ଡୀ ମନ୍ଦିର ପାଖରେ ପହଞ୍ଚିବ । ତାଙ୍କୁ ବିପୁଳ ସଂଖ୍ୟାରେ ସ୍ୱାଗତ ସମ୍ବର୍ଦ୍ଧନା ସହିତ ଏଥିରେ ଯୋଗଦାନ କରିବା ପାଇଁ କଟକ ନଗର ଭାଜପା ସଭାପତି ଲଲାଟେନ୍ଦୁ ବଡୁ କଟକ ସହର ବାସୀଙ୍କୁ ନିବେଦନ କରିଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ। ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ଶାହ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସ୍ଵତନ୍ତ୍ର ବିମାନ ଯୋଗେ ସୋରଡ଼ା ଯିବେ। ସେଠାରେ ଦଳର ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାପରେ ଅପରାହ୍ନରେ ବୌଦ୍ଧରେ ପହଞ୍ଚି ଦଳୀୟ ସମାବେଶରେ ଯୋଗ ଦେବେ। ସେଠାରୁ ଫେରି ସନ୍ଧ୍ୟାରେ କଟକରେ ରୋଡ ସୋରେ ଯୋଗ ଦେବାର କର୍ଯ୍ୟକ୍ରମ ରହିଛି ବୋଲି ବିଜେପି ସୂତ୍ରରୁ ଜଣାପଡି଼ଛି ।

ପୂର୍ବରୁ ରାଉରକେଲା ଓ କଣ୍ଟାବାଞ୍ଜିରେ ଅମିତ ଶାହାଙ୍କ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା । ଅନ୍ୟପଟେ ଆସନ୍ତାକାଲି ମଧ୍ୟ ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଏଥର ବିଜେପି ଫୋକସରେ ରହିଛି ଓଡ଼ିଶା, ନିର୍ବାଚନ ପ୍ରଚାରକୁ ଶାଣିତା କରିବା ସହ ରାଜ୍ୟ ବିଜେପି କର୍ମୀଙ୍କ ଉତ୍ସାହ ଏବଂ ନିର୍ବାଚନକୁ ନେଇ ରୋଡମ୍ୟାପ୍ ପ୍ରସ୍ତୁତ କରିବା ପାଇଁ ଓଡ଼ିଶା ଆସୁଛନ୍ତି ହିମନ୍ତ ବିଶ୍ୱଶର୍ମା ।

Amit Shah

ଅପରାହ୍ନ ୨ଟା ୩୦ ମିନିଟରେ ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମ ହୋଟେଲରେ 'ବିଶେଷ ସମ୍ପର୍କ ଅଭିଯାନ'ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିଯିବେ । ଏନେଇ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+