ରାଜ୍ୟ କ୍ୟାବିନେଟର ଶେଷ ବୈଠକ; ବିଧାନସଭା ଭଙ୍ଗ ସୁପାରିସ

ସୋମବାର ବିଜେଡି ସରକାରଙ୍କର ପଞ୍ଚମ ପାଳିର ଶେଷ ବୈଠକ ଅନୁଷ୍ଠିତ ହୋଇଛି । ତେବେ ବିଧାନସଭା ଭଙ୍ଗ ପାଇଁ ରାଜ୍ୟ କ୍ୟାବିନେଟରେ ସୁପାରିସ କରାଯାଇଛି । ବିଧାନସଭା ଭଙ୍ଗ ନେଇ ରାଜ୍ୟପାଳଙ୍କୁ ସୁପାରିଶ କରିବା ପାଇଁ କ୍ୟାବିନେଟ ନିଷ୍ପତ୍ତି ନିଆଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଆରମ୍ଭ ହୋଇଥିଲା । ଯେଉଁଥିରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡରେ ଯୋଗ ଦେଇଥିଲେ । କହିରଖୁଛୁ କି, ଜୁନ ୪ ଅର୍ଥାତ୍‌ ମଙ୍ଗଳବାର ଲୋକ ସଭା ଓ ବିଧାନସଭା ୨୦୨୪ର ରେଜଲ୍ଟ ଆସିବାକୁ ଯାଉଛି । ତେବେ ଏହା ଭୋଟ ଗଣତି ପୂର୍ବରୁ ଶେଷ ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଛି ।

odisha assembly election

ଆସନ୍ତାକାଲି ଭୋଟ ଗଣତି । କାହାର ହେବ ସରକାର ? ନେତାଙ୍କ ଭାଗ୍ୟ ପରୀକ୍ଷାର ଫଳ । ଷ୍ଟ୍ରଙ୍ଗରୁମ୍ ଚାରିପଟେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥିସହ ସିସିଟିଭି ସର୍ଭେଲାନ୍ସ ଅଧୀନରେ ରହିଛି ଷ୍ଟ୍ରଙ୍ଗ ରୁମ୍ । ଷ୍ଟ୍ରଙ୍ଗ ରୁମ୍ ବାହାରେ ଦିନ ରାତି ପଇଁତରା ମାରୁଛନ୍ତି ପୋଲିସ । ଏହା ପୂର୍ବରୁ ରାଜ୍ୟର ୬୯ଟି ସ୍ଥାନରେ ଷ୍ଟ୍ରଙ୍ଗ ରୁମ୍‌ରେ କଡ଼ା ସୁରକ୍ଷାରେ ରହିଛି ଇଭିଏମ୍ ଓ ଭିଭିପାଟ୍ ।

ଜୁନ୍ ୬ ପର୍ଯ୍ୟନ୍ତ ଓଡ଼ିଶାରେ ମୁତୟନ ରହିବେ ଅଧିକ ୭୦ କମ୍ପାନୀ CAPF । ଷ୍ଟ୍ରଙ୍ଗରୁମ୍, କାଉଣ୍ଟିଂ ସେଣ୍ଟରରେ ୨୫ କମ୍ପାନୀ ମୁତୟନ ନେଇ ନିଷ୍ପତ୍ତି ହୋଇଥିଲା । ତେବେ ନିର୍ବାଚନ ପରବର୍ତ୍ତୀ ଆଇନଶୃଙ୍ଖଳାକୁ ଦେଖି ଅଧିକ CAPF ମୁତୟନ ନିଷ୍ପତ୍ତି ନିଆଯାଇଛି ।
ଭୁବନେଶ୍ୱର ବିଜେବି କଲେଜରେ ହୋଇଥିବା ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷା ବଳୟରେ ରହିଛି ଇଭିଏମ ।

ବାରିପଦା ଏମପିସି ଅଟୋନୋମସ୍ କଲେଜ, ବିଇଡି କଲେଜ୍ ପରିସରରେ ହୋଇଥିବା ଷ୍ଟ୍ରଙ୍ଗରୁମରେ ରଖାଯାଇଛି ଇଭିଏମ୍‌ । କଡ଼ା ପୋଲିସ ସୁରକ୍ଷା, ସିସିଟିଭି କ୍ୟାମେରା ନଜରରେ ରହିଛି ଇଭିଏମ୍‌ । ଯେଭଳି କୌଣସି ହେରଫେର୍ ନ ହୁଏ ସେଥିପାଇଁ ପ୍ରାର୍ଥୀ ଓ ସମର୍ଥକ ଜଗି ବସିଛନ୍ତି । ସେପଟେ ବାରିପଦାରେ କଡ଼ା ସୁରକ୍ଷାରେ ରଖାଯାଇଛି ଇଭିଏମ୍‌ । ତ୍ରିସ୍ତରୀୟ ସୁରକ୍ଷା ସତ୍ତ୍ୱେ ଷ୍ଟ୍ରଙ୍ଗ ରୁମ୍ ବାହାରେ ପାଳି କରି ଜଗୁଛନ୍ତି ପ୍ରାର୍ଥୀ ଏବଂ ସମର୍ଥକ । ମୟୂରଭଞ୍ଜ ଜିଲ୍ଲାର ୧୩ ଲୋକସଭା ପ୍ରାର୍ଥୀ ଏବଂ ୯୦ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+