Odisha Assembly Election 2024: ବିଜେପିରେ ମିଶିଲେ ସମୀର ଦାସ
ବିଜେପିରେ ମିଶିଲେ ସମୀର ଦାସ । ବିଜେପିରେ ମିଶିଲେ ନିମାପଡ଼ା ବିଧାୟକ ସମୀର ଦାଶ । ବିଜେଡି ଛାଡ଼ି ବିଜେପିରେ ମିଶିଲେ ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ । ବିଜୟପାଲ ସିଂ ତୋମାର, ମନମୋହନ ସାମଲଙ୍କ ଉପସ୍ଥିତିରେ ମିଶିଛନ୍ତି । ବିଜେଡି ନେତୃବୃନ୍ଦ ଭରସା ନ କରିବାରୁ ଦଳ ଛାଡ଼ିଲି କହିଲେ ସମୀର । ପ୍ରଭାତି ପରିଡ଼ା ଲକ୍ଷାଧିକ ଭୋଟରେ ନିଶ୍ଚିତ ଜିତିବେ କହିଲେ ।

ବିଜେପିରେ ସାମିଲ୍ ହେବା ପରେ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି । ମୋ ଉପରେ ବିଜେଡି ନେତାଙ୍କ ଭରସା ରହିଲାନି । ନେତୃତ୍ବର ଭରସା ନ ରହିଲେ ଦଳରେ କାର୍ଯ୍ୟ କରିବା ସମ୍ଭବ ନୁହେଁ । ମୋଦିଙ୍କ ନେତୃତ୍ବରେ ଅନୁପ୍ରାଣିତ ହୋଇ ବିଜେପିରେ ମିଶିଲି ।












Click it and Unblock the Notifications