ହାରିଗଲେ ୩ ଦଳର ଅନେକ ଟାଣୁଆ ନେତା; ବିଜେଡିରୁ ସର୍ବାଧିକ ହେଭିୱେଟ ନେତା ପରାଜିତ
ଓଡ଼ିଶାରେ ପରିବର୍ତ୍ତନର ହାୱା । ୧୧ ମନ୍ତ୍ରୀ ଚିତପଟାଙ୍ଗ ମାରିଥିବା ବେଳେ ବାରମ୍ବାର ବିଜୟୀ ହୋଇ ଆସୁଥିବା ବରିଷ୍ଠ ବିଧାୟକ ମାନେ ମଧ୍ୟ ପରାଜିତ ହୋଇଛନ୍ତି ।
୨୪ ବର୍ଷର ବିଜେଡି ସରକାରର ପତନ ହୋଇଥିବା ବେଳେ ସ୍ପଷ୍ଟ ବହୁମତ ସହ ସରକାର ଗଢିବ ବିଜେପି । ତେବେ ଏହି ନିର୍ବାଚନରେ ଅନେକ ନୂଆ ଚେହେରା ବିଜୟୀ ହୋଇଥିବା ବେଳେ ଅନେକ ହେଭିୱେଟ ମଧ୍ୟ ପରାଜୟର ସ୍ୱାଦ ଚାଖିଛନ୍ତି ।
ମନ୍ତ୍ରୀ ଭାବେ ବିକ୍ରମ ଆରୁଖ, ଅଶୋକ ପଣ୍ଡା, ଅତନୁ ସବ୍ୟସାଚୀ ନାୟକ, ଜଗନ୍ନାଥ ସାରକା, ପ୍ରଦୀପ କୁମାର ଅମାତ, ପ୍ରଫୁଲ୍ଲ କୁମାର ମଲ୍ଲିକ, ସୁଦାମ ମାର୍ଣ୍ଡି, ଟୁକୁନି ସାହୁ, ବାସନ୍ତୀ ହେମ୍ବ୍ରମ୍, ପ୍ରୀତିରଞ୍ଜନ ଘଡେଇ, ରୀତା ସାହୁ ପରାଜିତ ହୋଇଛନ୍ତି । ସେହିଭଳି ବିଜେଡିର ବରିଷ୍ଠ ନେତା ଭାବେ ଦେବୀ ପ୍ରସାଦ ମିଶ୍ର, ପ୍ରୀତିରଞ୍ଜନ ଘଡେଇ, ପ୍ରଫୁଲ୍ଲ ସାମଲ, ସ୍ନେହାଙ୍ଗିନୀ ଛୁରିଆ, ସୁଶାନ୍ତ ସିଂ ପରାଜିତ ହୋଇଛନ୍ତି ।

ବିଜେପିର ବରିଷ୍ଠ ନେତା ଭାବେ ରାଜ୍ୟ ସଭାପତି ମନମୋହନ ସାମଲ, ଦିଲ୍ଲୀପ ରାୟ, କୁସୁମ ଟେଟେଙ୍କୁ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡିଛି । କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ପଟ୍ଟନାୟକ, ଭକ୍ତ ଦାସଙ୍କୁ ମଧ୍ୟ ପରାଜୟର ମୁହଁ ଦେଖିବାକୁ ପଡିଛି ।
-
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ଖଡଗେଙ୍କୁ ପ୍ରଶଂସା କଲେ ମୋଦୀ, କହିଲେ ତାଙ୍କ ପାଖରୁ...... -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ବିଜେଡିର ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍












Click it and Unblock the Notifications