ଓଡ଼ିଶା ବିଧାନସଭା ନିର୍ବାଚନ: ୧୪୭ ଆସନରେ କିଏ ହେବ ବିଜେତା ? କିଏ କରିବ ସରକାର ?
Odisha Assembly Election 2024: ଓଡ଼ିଶାରେ କିଏ ସରକାର ଗଢ଼ିବ? ବିଜେପି, ବିଜେଡି ନା ଫେରିବେ କଂଗ୍ରେସ? ଆଜି ଅପରାହ୍ନ ସୁଦ୍ଧା ସ୍ପଷ୍ଟ ହୋଇଯିବ। ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ମୋଟ୍ ୧୪୯୨ଜଣ ପ୍ରାର୍ଥୀଙ୍କ (ଲୋକସଭାରେ ୨୦୭ଜଣ, ବିଧାନସଭାରେ ୧୨୮୫) ଭାଗ୍ୟ ଏବେ ଇଭିଏମ୍ରେ ସିଲ୍ ହୋଇଛି । ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲଟ୍ ଗଣତି ଆରମ୍ଭ ହେବାକୁ ଥିବାବେଳେ ୮ଟା ୩୦ରୁ ଇଭିଏମ୍ ସିଲ୍ ଫିଟାଇ ଗଣତି ଆରମ୍ଭ ହେବ। ଏଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି।
ରାଜ୍ୟବାସୀ କେଉଁ ଦଳ ଉପରେ ଭରସା କରୁଛନ୍ତି ତା'ର ଏକ ଚିତ୍ର ମଧ୍ୟାହ୍ନ ବେଳକୁ ଆସିଯିବ। ରାଜ୍ୟର ୨୫ବର୍ଷର ସ୍ଥାୟୀ ବିଜେଡି ସରକାରର ସଫଳତାକୁ ଲୋକ ବିଶ୍ବାସ କରିଛନ୍ତି ନା ସରକାର ଗଢ଼ିବାକୁ ଆଶାରେ ଥିବା ବିଜେପି, କଂଗ୍ରେସ ରାଜ୍ୟ ସରକାରଙ୍କ ଯେଉଁ ଦୋଷ ଦୁର୍ବଳତା କାଢ଼ିଛନ୍ତି ତାକୁ ବିଶ୍ବାସ କରୁଛନ୍ତି।
ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ମୋଟ୍ ୧୪୯୨ଜଣ ପ୍ରାର୍ଥୀଙ୍କ (ଲୋକସଭାରେ ୨୦୭ଜଣ, ବିଧାନସଭାରେ ୧୨୮୫) ଭାଗ୍ୟ ଏବେ ଇଭିଏମ୍ରେ ସିଲ୍ ହୋଇଥିବା ବେଳେ ମଙ୍ଗଳବାର ସକାଳ ୮ଟା ୩୦ରେ ଏହା ଖୋଲାଯିବ। ରାଜ୍ୟର ୭୦ଟି ସ୍ଥାନରେ ଭୋଟ୍ ଗଣତି ହେବ।

ରାଜ୍ୟରେ ମେ' ୧୩, ୨୦, ୨୫ ଏବଂ ଜୁନ୍ ୧ରେ ମୋଟ୍ ୪ଟି ପର୍ଯ୍ୟାୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ହୋଇଥିବା ବେଳେ ଏଥିରେ ପ୍ରାୟ ଅଢ଼େଇ କୋଟି ମତଦାତା ମତଦାନ କରିଛନ୍ତି। ୨୦୧୯ରେ ରାଜ୍ୟରେ ମତଦାନ ହାର ୭୩.୦୯% ଥିବାବେଳେ ୨୦୨୪ରେ ଏହା ୭୪.୪୪% ପ୍ରତିଶତ ହୋଇଛି । ଏଥିରେ ୭୩.୩୭% ପୁରୁଷ ମତଦାନ କରିଥିବା ବେଳେ ୭୫.୫୫% ମହିଳା ମତଦାତା ଅଛନ୍ତି।
୨୦୧୯ ତୁଳନାରେ ଏଥର ୧୬ଟି ସଂସଦୀୟ କ୍ଷେତ୍ରରେ ମତଦାନ ହାର ବଢ଼ିଥିବା ବେଳେ ୫ଟି ସଂସଦୀୟ କ୍ଷେତ୍ରରେ ମତଦାନ ହାର କମିଛି। ବ୍ରହ୍ମପୁର ଓ ଭଦ୍ରକରେ ୦.୫% ମତଦାନ କମିଥିବାବେଳେ ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ାରେ ପ୍ରାୟ ୧% ମତଦାନ ହାର କମିଛି। ସବୁଠୁ ଚିନ୍ତାଜନକ ସ୍ଥିତି ହୋଇଛି ଆସ୍କା ସଂସଦୀୟ କ୍ଷେତ୍ରରେ। ଏଠାରେ ପୂର୍ବଥର ଅପେକ୍ଷା ୩% ମତଦାନ ହାର କମିଛି। ଏଠାରେ ୨୦୧୯ରେ ୬୫.୭୨% ମତଦାନ ହୋଇଥିବାବେଳେ ୨୦୨୪ରେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି।












Click it and Unblock the Notifications