OdishA Assembly Election: ଝାରସୁଗୁଡ଼ାରେ ପହଞ୍ଚିଲେ ରାହୁଲ ଗାନ୍ଧି; କୋଶଳ କଳାମଣ୍ଡଳ ସମାବେଶରେ ଦେବେ ଯୋଗ
Odisha Assembly Election 2024: ଓଡ଼ିଶାରେ ରାହୁଲ ଗାନ୍ଧୀ । ଝାରସୁଗୁଡ଼ାରେ ପହଞ୍ଚିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବଲାଙ୍ଗୀର ଅଭିମୁଖେ ବାହାରିଲେ ରାହୁଲ । ସେଠାରେ କୋଶଳ କଳାମଣ୍ଡଳ ସମାବେଶରେ ଦେବେ ଯୋଗ । ଦିନ ୧୧ଟା ୪୫ରୁ ୧୨ଟା ୪୫ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀଙ୍କ ବଲାଙ୍ଗୀରରେ କାର୍ଯ୍ୟକ୍ରମ ରହିଛି ।
ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ ତରଫରୁ ଜୋରଦାର ପ୍ରସ୍ତୁତି କରାଯାଇଛି । ଏପରିକି ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ କର୍ମୀ ପ୍ରବଳ ଉତ୍ସାହିତ ଅଛନ୍ତି ।

ନିକଟରେ ରାହୁଲ ଗାନ୍ଧୀ ରାୟଗଡା ଆସିବାର ଥିଲା । ହେଲେ ସେଦିନ ରାହୁଲ ନାମାଙ୍କନ ଭରିବାକୁ ଥିବାରୁ ତାଙ୍କ ଗସ୍ତ ବାତିଲ ହୋଇଥିଲା । ଭିଡିଓ କନଫରେନ୍ସିଂରେ ସାମିଲ ହୋଇଥିଲେ ରାହୁଲ ଗାନ୍ଧୀ । ଏହାପୂର୍ବରୁ ସାଲେପୁର ସଭାରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ରାହୁଲ ଗାନ୍ଧୀ ।
ସେହିପରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆସନ୍ତା ୧୬ତାରିଖରେ ଓଡ଼ିଶା ଆସିବେ। ସେ ଫୁଲବାଣୀ ଯାଇ ସେଠାରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ଏହାପରେ ଭୁବନେଶ୍ୱର ଫେରି ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।












Click it and Unblock the Notifications