ମୋଦିଙ୍କ ରୋଡ୍ ସୋ; ଦିନ ୨ ଟାରୁ ରାସ୍ତା ବନ୍ଦ, ମାଷ୍ଟରକ୍ୟାଣ୍ଟିନ୍ରୁ ବାଣୀବିହାର ରାସ୍ତା ସିଲ୍
ମୋଦିଙ୍କ ରୋଡ୍ ସୋ ପାଇଁ କଟକଣା । ଦିନ ୨ ଟାରୁ ରାସ୍ତା ବନ୍ଦ । ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ ପାଇଁ ଭୁବନେଶ୍ବରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ରାଜଧାନୀ ଜଗିବେ ୫୫ ପ୍ଲାଟୁନ ପୋଲିସ ଫୋର୍ସ ଓ ୩ ଟେକ୍ନିକାଲ ୟୁନିଟ୍ । ୧୦ ଅତିରିକ୍ତ ଡିସିପି, ୪୧ ଇନ୍ସପେକ୍ଟର, ୧୮୦ SI ମୁତୟନ ରହିବେ । ଦିନ ୨ଟା ପରଠୁ ମାଷ୍ଟରକ୍ୟାଣ୍ଟିନ୍ରୁ ବାଣୀବିହାର ରାସ୍ତା ସିଲ୍ ।
ମୋଦିଙ୍କ ରୋଡ୍ ସୋ ପାଇଁ ଜନପଥରେ ଟ୍ରାଫିକ କଟକଣା ଲଗାଇଛି କମିଶନରେଟ୍ ପୋଲିସ । ଆଜି ଅପରାହ୍ନ ୨ଟାରୁ ରୋଡ୍ ସୋ ସରିବା ଯାଏଁ ମାଷ୍ଟରକ୍ୟାଣ୍ଟିନ୍ରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିବ । ଅପରାହ୍ନ ୪ଟାରୁ ରୋଡ୍ ସୋ' ଶେଷ ହେବା ଯାଏଁ ଜନପଥର ଅପରପାର୍ଶ୍ବ ଅର୍ଥାତ୍ ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ୍ ରାସ୍ତାକୁ ବନ୍ଦ କରାଯିବ । ଏହା ସହ ଜନପଥକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତା ସିଲ୍ କରାଯିବ ।

ବ୍ଲ ବୁକ୍ ଅନୁସାରେ ଏସ୍ଜି ସହ ମିଶି ପୋଲିସ ସୁରକ୍ଷାର ବ୍ଲୁ ପ୍ରିଣ୍ଡ ପ୍ରସ୍ତୁତ କରିଛି ପୋଲିସ । ଗୁରୁବାର ଦିନତମାମ ଜନପଥର ୨ ପାର୍ଶ୍ୱର୍ରେ ପଡୁଥିବା ସପିଂ ମଲ୍, ଉଚ୍ଚ ଅଟାଳିକାଗୁଡିକ ଯାଞ୍ଚ କରାଯାଇଛି । ଏସ୍ପିଜି କମାଣ୍ଡୋମାନେ ବାଇନାକୁଲାର ଯୋଗେ ସମ୍ବେଦନଶୀଳ ପଏଣ୍ଡ ଚିହ୍ନଟ କରିଛନ୍ତି । ସନ୍ଧ୍ୟାରେ ପୋଲିସ କମିଶନର ସଞ୍ଜୀବ ପଣ୍ଡା, ଡିସିପି ପ୍ରତୀକ ସିଂ ଖୋଦ୍ ସୁରକ୍ଷା ଦାୟିତ୍ଵର ତଦାରଖ କରିଛନ୍ତି । ସେମାନେ ଏସ୍ପିଜିର ବରିଷ୍ଠ ଅଧିକାରୀଙ୍କ ସହ ସୁରକ୍ଷା ନେଇ ଆଲୋଚନା କରିଛନ୍ତି ।
ତେବେ ଶନିବାର ତିନୋଟି ସ୍ଥାନରେ ପ୍ରଧାନମନ୍ତ୍ରୀ ପ୍ରଚାର କରିବେ ।୧୧ ତାରିଖ ସକାଳ ୯ଟା ୩୦ରେ କନ୍ଧମାଳ ଲୋକସଭାର ଫୁଲବାଣୀ ଷ୍ଟାଡିୟମରେ ମୋଦି ପ୍ରଚାର ସଭା କରିବେ । ଦିନ ସାଢ଼େ ୧୧ଟା ପରେ ବଲାଙ୍ଗୀର ଓ ଅପରାହ୍ନ ସାଢ଼େ ୧ଟାରେ ବରଗଡ଼ରେ ବିଜୟ ସଂକଳ୍ପ ସମାବେଶରେ ମୋଦି ଯୋଗ ଦେବେ । ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମ ନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।












Click it and Unblock the Notifications