ମୋଦୀ-ନବୀନ ମୁହାଁମୁହିଁ: ଓଡ଼ିଶାକୁ କେତେ ମନେ ରଖିଛନ୍ତି ପ୍ରଧାନମନ୍ତ୍ରୀ ? ପ୍ରଶ୍ନ କଲେ ନବୀନ

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ରାଜ୍ୟର ୩ଟି ନିର୍ବାଚନୀ ସଭାରେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ସରକାରକୁ ସମାଲୋଚନା କରିବା ପରେ ରାତିରେ ନବୀନ ପାଲଟା ଜବାବ ଦେଇଛନ୍ତି । ମୋଦି ଓ ନବୀନ ମୁହିାଁମୁହିଁ ହେବା ରାଜ୍ୟରେ ବିଜେଡି ଓ ବିଜେପି ରାଜନୀତିକ ବାତାବରଣକୁ ଅଧିକ ଉଷ୍ମ କରିଛି ।

ନବୀନ କହିଛନ୍ତି, ମୋର କଣ ମନେ ଅଛି କି ନାହିଁ ରାଜ୍ଯବାସୀ ଜାଣିଛନ୍ତି । ଓଡ଼ିଶାକୁ କେତେ ମନେ ରଖିଛନ୍ତି ପ୍ରଧାନମନ୍ତ୍ରୀ ? ପ୍ରଧାନମନ୍ତ୍ରୀ ଓଡ଼ିଆ ଭାଷାକୁ ଭୁଲିଗଲେ । ସଂସ୍କୃତ ଭାଷାକୁ ହଜାରେ କୋଟି ଦେଲେ । ଓଡିଆ ଭାଷାକୁ ଅନୁଦାନ ଶୂନ । ଓଡ଼ିଶୀ ସଂଗୀତକୁ ଭୁଲିଗଲେ ପ୍ରଧାନମନ୍ତ୍ରୀ । ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ଯତା ଲାଗି ୨ ଥର ପ୍ରସ୍ତାବ ଦେଇଛି । ପ୍ରସ୍ତାବକୁ ଦୁଇ ଦୁଇ ଥର ଅଗ୍ରାହ୍ଯ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଓଡ଼ିଶାରେ ବହୁ ବରପୁତ୍ର ଅଛନ୍ତି । କେତେ ନାଁ ଆଜି ଆପଣ ବି କହିଲେ । କେହି ଜଣେ ହେଲେ ଭାରତ ରତ୍ନ ପାଇଁ କ'ଣ ଠିକ୍ ଲାଗିଲେ ନାହିଁ । ଆପଣ ଭାରତ ରତ୍ନ ଦେବା ବେଳେ ବିଜୁ ପଟ୍ଟନାୟକଙ୍କୁ ଭୁଲିଗଲେ । ଚାଷୀଙ୍କ ପାଇଁ ଏମଏସପି ଦୁଇଗୁଣ, କୋଷ୍ଟାଲ ହାଇୱେ କରିବାକୁ ବି ଭୁଲିଗଲେ । ଓଡ଼ିଶାର ସମ୍ପଦ କୋଇଲା ନେଉଛନ୍ତି । କିନ୍ତୁ ରୟାଲଟି ବଢ଼ାଇବାକୁ ୧୦ବର୍ଷ ହେଲା ଭୁଲିଗଲେ ।

Modi-Naveen

କେବଳ ନିର୍ବାଚନବେଳେ ଓଡ଼ିଶାକୁ ମନେପକାଇଲେ କିଛି ଲାଭ ନାହିଁ । ୨୦୧୪ ଓ ୨୦୧୯ରେ ନିଜେ କରିଥିବା ପ୍ରତିଶ୍ରୁତିକୁ ମନେ ରଖିଛନ୍ତି କି? ଦରବୃଦ୍ଧିକୁ ହ୍ରାସ, ଦୁଇକୋଟି ନିଯୁକ୍ତି, ଏଲପିଜି, ପେଟ୍ରୋଲ-ଡିଜେଲ ଦର ହ୍ରାସ, ମୋବାଇଲ କନେକ୍ସନ, ଜିଏସଟି ଛାଡ଼ କରିବା କଥା ସବୁ ଓଡ଼ିଶାବାସୀ ମନେ ରଖିଛନ୍ତି । ଜୁନ୍ ୧୦ରେ ତ ନୁହେଁ ଆଉ ୧୦ବର୍ଷରେ ବି ବିଜେପି ଓଡ଼ିଶାବାସୀଙ୍କ ହୃଦୟ ଜିତିପାରିବ ନାହିଁ । ମହାପ୍ରଭୁଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଭଲ ପାଇବା ପାଇଁ ବିଜୁ ଜନତା ଦଳ ଓଡ଼ିଶାରେ ୬ଷ୍ଠ ଥର ସରକାର କରିବ ବୋଲି ନବୀନ କହିଛନ୍ତି ।

ସୂଚନାଯୋଗ୍ୟ, ୨୫ ବର୍ଷର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିନା କାଗଜ ପଢ଼ି ଓଡ଼ିଶାର ୩୦ଟି ଜିଲ୍ଲା ଓ ଲଢ଼ୁଥିବା କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ୧୦ଟି ଗାଁ ନାଁ କହିବାକୁ ମୋଦି ଖୋଲା ଆହ୍ୱାନ ଦେଇଥିଲେ । ମୋଦିଙ୍କ ଏଭଳି ବୟାନ ଓ ସମାଲୋଚନା ଭିଡିଓ ମାଧ୍ୟମରେ ମୋଦିଙ୍କୁ ପାଲଟା ଜବାବ ଦେଇଛନ୍ତି ନବୀନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+