Get Updates
Get notified of breaking news, exclusive insights, and must-see stories!

ଓଡ଼ିଶା ବିଧାନସଭା ନିର୍ବାଚନ: ହାରିଲେ ତିନି ଦଳର ମୁଖିଆ, ନବୀନ, ମନମୋହନ, ଶରତ

ଚଳିତ ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଦୀର୍ଘ ଦିନ ଧରି ଶାସନ କ୍ଷମତାରେ ଥିବା ବିଜେଡିକୁ ଗାଦିଚ୍ୟୁତ କରିଛି ବିଜେପି। ମନମୋହନ ସାମଲଙ୍କ ନେତୃତ୍ୱରେ ବିଜେପି ନିର୍ବାଚନୀ ବୈତରଣୀ ପାର୍ କରିବାରେ ସକ୍ଷମ ହୋଇଛି। ହେଲେ ଖୋଦ ମନମୋହନ ସାମଲ କିନ୍ତୁ ଏହାକୁ ପାର କରି ପାରି ନ ଥିଲେ। କେବଳ ମନମୋହନ ନୁହନ୍ତି, ବିଜେଡି ଓ କଂଗ୍ରେସ ସଭାପତିଙ୍କ ଋଣକୌଶଳ ମଧ୍ୟ ଏହି ନିର୍ବାଚନରେ ଫେଲ୍ ମାରିଛି। ତେଣୁ ୩ ଦଳର ସଭାପତି ଏହି ନିର୍ବାଚନରେ ଜନମତକୁ ନିଜ ସପକ୍ଷରେ ନେଇ ନ ପାରି ପରାଜିତ ହୋଇଛନ୍ତି।

ହେଲେ ଏହି ନିର୍ବାଚନରେ ଲଢ଼େଇ କରୁଥିବା ୩ ଦଳର ମୁଖିଆମାନଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ଟି ଆସନ ହିଞ୍ଜିଳି ଏବଂ କଣ୍ଟାବାଞ୍ଜିରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ତାଙ୍କୁ କଣ୍ଟାବାଞ୍ଜି ଆସନରୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ୍ ତାଙ୍କୁ ୧୬,୩୨୧ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି।

Odisha Assembly Election

ସେହିପରି ଚାନ୍ଦବାଲି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କଠାରୁ ୧,୯୨୨ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି। ନୂଆପଡ଼ା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ଠାରୁ ୪୬,୩୨୧ ଖଣ୍ଡ ଭୋଟରେ ହାରି ଯାଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+