ଓଡ଼ିଶା ଆସୁଛନ୍ତି ହେଭି ୱେଟ୍: ୧୭ରେ ଆସିବେ ଗୃହମନ୍ତ୍ରୀ ଅମିତ୍ ଶାହ ଓ ଡ୍ରିମ୍ ଗାଲ୍ ହେମା ମାଳିନୀ
ନିର୍ବାଚନ ପ୍ରଚାରରେ ଆସୁଛନ୍ତି ଛତିଶଗଡ଼, ରାଜସ୍ଥାନ ମୁଖ୍ୟମନ୍ତ୍ରୀ । କାଲି ବିଷ୍ଣୁଦେବ ସାଏଙ୍କ ତଳସରା, ବିଜେପୁର, ବୀରମହାରାଜପୁରରେ ସଭା । ୧୭ରେ ସୁନ୍ଦରଗଡ଼, ରାଜଗାଙ୍ଗପୁର, ବୀରମିତ୍ରପୁରରେ ସଭା କରିବେ ସାଏ ।
୧୭ରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ୩ଟି ସ୍ଥାନରେ ସଭା । ୧୭ରେ ସାନଖେମୁଣ୍ଡି, ଦଶପଲ୍ଲା, ଜି. ଉଦୟଗିରିରେ ସଭା କରିବେ ଭଜନଲାଲ । ଆଜି ଅମିତ ଶାହଙ୍କ କଟକରେ ରୋଡ୍ ସୋ' କାର୍ଯ୍ୟକ୍ରମ । ଆଜି ପରେ ପୁଣି ୧୭ ତାରିଖରେ ଓଡ଼ିଶା ଆସିବେ ଅମିତ ଶାହ । ୧୭ ତାରିଖରେ ରାଉରକେଲାରେ ଶାହଙ୍କ ସାଧାରଣ ସଭା ।

୧୬ ଏବଂ ୧୭ରେ ଓଡ଼ିଶାରେ ହିମନ୍ତ ବିଶ୍ବଶର୍ମାଙ୍କ ମାରାଥନ ପ୍ରଚାର । ୨ ଦିନରେ ମୋଟ ୯ଟି ସ୍ଥାନରେ ସଭା କରିବେ ଆସାମ ମୁଖ୍ୟମନ୍ତ୍ରୀ।
କାଲି ବ୍ରଜରାଜନଗର, ବଣାଇ, ଅତାବିରା, ଜଟଣୀରେ ସଭା । ୧୭ରେ କବିସୂର୍ଯ୍ୟନଗର, କଣ୍ଟାବାଂଜି, ଲୋଇସିଂହା, ସତ୍ୟବାଦୀ, ପିପିଲିରେ ସଭା ।
୧୭ରେ ଓଡ଼ିଶା ଆସିବେ ହେମା ମାଳିନୀ । ରାଜ୍ୟର ୩ଟି ସ୍ଥାନରେ ସାଧାରଣ ସଭାରେ ଯୋଗଦେବେ । ଉତ୍ତର ଭୁବନେଶ୍ବର, କିଶନ ନଗର, ପିପିଲିରେ ସଭା । ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ସୂଚନା ।












Click it and Unblock the Notifications