ଆଜି ଓଡିଶା ଆସୁଛନ୍ତି ଡ୍ରିମ ଗର୍ଲ ହେମା ମାଳିନୀ; ରୋଡ୍ ସୋ ରେ ନେବେ ଭାଗ, ରାଉରକେଲାରେ ପ୍ରଚାର କରିବେ ଅମିତ ଶାହ
ଆଜି ଓଡିଶା ଆସୁଛନ୍ତି ଡ୍ରିମ ଗର୍ଲ ହେମାମାଳିନୀ । ବିଜେପିର ମଥୁରା ସାଂସଦ ପ୍ରାର୍ଥୀ ତଥା ଅଭିନେତ୍ରୀ ହେମା ମାଳିନୀ ରାଜ୍ୟରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଅଭିଯାନରେ ସାମିଲ ହେବେ ।
ଭୁବନେଶ୍ୱର, କଟକ ଓ ପିପିଲି ଗସ୍ତ କରି ସାଧାରଣ ସଭାରେ ଯୋଗଦେବେ ହେମା ମାଳିନୀ । ଉତ୍ତର ଭୁବନେଶ୍ୱର ଓ କଟକର କିଷାନନଗରରେ ଦୁଇଟି ଜନସଭାକୁ ସମ୍ବୋଧନ କରିବା ସହ ପିପିଲିରେ ହେମା ମାଳିନୀ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ରହିଛି ।

ହେମା ମାଳିନୀଙ୍କ କାର୍ଯ୍ୟସୂଚୀ
ପୂର୍ବାହ୍ନ ୧୧ଟାରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବେ ହେମା ମାଳିନୀ । ସେଠାରୁ ବାହାରି ଭୁବନେଶ୍ୱର ସାଲିଆ ସାହିରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବେ । ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଭୋଟ୍ ଭିକ୍ଷା କରିବେ ହେମା । ଏକଘଣ୍ଟାପରେ ସେ ହେଲିକପ୍ଟର ଯୋଗେ କଟକ ପହଞ୍ଚିବେ। ମଧ୍ୟାହ୍ନ ୧ଟା ୧୦ରେ କଟକ କିଶୋର ନଗରରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେଠାରେ ପ୍ରଚାର ସାରିବା ପରେ ପିପିଲି ଯିବେ ଡ୍ରିମଗାର୍ଲ । ଅପରାହ୍ନ ୪ଟାରେ ପିପିଲି ରୋଡ୍ ସୋ ରେ ଯୋଗଦେବେ। ଏହାପରେ ସନ୍ଧ୍ୟା ୫ଟାରେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିବେ ହେମାମାଳିନୀ।
ସେହିପରି ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ଷ୍ଟାର କ୍ୟାମ୍ପେନର କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ପ୍ରମୁଖ।
ରାଉରକେଲାରେ ସାଧାରଣ ସଭା କରିବେ ଅମିତ ଶାହ ।
ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ମଧ୍ୟ ଓଡ଼ିଶା ପ୍ରଚାରରେ ଆସିବେ। ସେ ସାନଖେମୁଣ୍ଡି, ଦଶପଲ୍ଲା, ଜି.ଉଦୟଗିରିରେ ପ୍ରଚାର କରିବେ ।କଟକ ଜିଲ୍ଲାରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ସେ ଆଠଗଡ଼ ଓ ନରସିଂହପୁରରେ ପ୍ରଚାର କରିବେ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କବିସୂର୍ଯ୍ୟନଗର, କଣ୍ଟାବାଂଜି , ଲୋଇସିଂହା, ସତ୍ୟବାଦୀ, ପିପିଲି ସମାବେଶରେ ଯୋଗଦେବେ।












Click it and Unblock the Notifications