Odisha Assembly Election: ବିଜେଡିରେ ମିଶିଲେ ବିଜେପି ସାଂସଦଙ୍କ ପତ୍ନୀ, ନବୀନ କଲେ ସ୍ୱାଗତ
ରାଜ୍ୟ ରାଜନୀତିରେ ଘଡ଼ିକେ ଘୋଡା ଛୁଟୁଛି । କାଲି ବିଜେପି, ପୁଣି ବିଜେଡ଼ି ଆଉ କେତେବେଳେ କଂଗ୍ରେସ । ସବୁଦିନ କିଛି ନୂଆ ପରିବର୍ତ୍ତନ ଦେଖିବାକୁ ମିଳୁଛି । ମୁହୂର୍ତ୍ତରେ ବଦଳୁଛି ସମୀକରଣ । ଆଉ ଏହାରି ଭିତରେ ଆଜି ସମ୍ବଲପୁରର ବିଜେପି ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।
ଅରୁନ୍ଧତୀ ଓ ତାଙ୍କ ପୁଅ ନମନଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ । ଏହି ଅବସରରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ମଧ୍ୟ ଉପସ୍ଥିତ ଥିଲେ ।

ସମ୍ବଲପୁରରେ ଚାଲିଛି ହାଇଭୋଲଟେଜ ଲଢେ଼ଇ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଣବ ପ୍ରକାଶ ଦାସ ମଇଦାନରେ ମୁହାଁମୁହିଁ ହୋଇଛନ୍ତି । ଅନ୍ୟ ଦଳରୁ ବଡ଼ ବଡ଼ ନେତାଙ୍କୁ ଆଣିବା ପାଇଁ ଉଭୟ ଦଳ ମଧ୍ୟରେ କସରତ ଚାଲିଛି ।
ଆଜି ଏହି କ୍ରମରେ ନୀତେଶଙ୍କ ପତ୍ନୀ ଅରୁନ୍ଧତୀ ଶଙ୍ଖ ଫୁଙ୍କିଛନ୍ତି । ଗତ କିଛିବର୍ଷ ଧରି ସେ ଦେବଗଡ଼ ରାଜନୀତିରେ ବେଶ ସକ୍ରିୟ ଥିଲେ । । ନୀତେଶଙ୍କୁ ଦଳ ଟିକେଟ ଦେଇ ନଥିବା ବେଳେ, ମତିଗତି କ'ଣ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ତେବେ ସେ ଯାହା ହେଉନା କାହିଁକି ରାଜ ପରିବାରର ଦେବଗଡ଼ରେ ପକେଟ ଭୋଟ ଥିବାରୁ ଏଥିରୁ ବିଜେଡ଼ି ଫାଇଦା ନେବା ଏକ ପ୍ରକାରର ନିଶ୍ଚିତ ।












Click it and Unblock the Notifications