Get Updates
Get notified of breaking news, exclusive insights, and must-see stories!

ଆଜି ବିଜେପିର ବିଧାୟକ ଦଳ ବୈଠକ ! ମୁଖ୍ୟମନ୍ତ୍ରୀ ବାଛିବେ ନିର୍ବାଚିତ ବିଧାୟକ

ଓଡିଶାରେ କିଏ ହେବେ ମୁଖ୍ୟମନ୍ତ୍ରୀ ? ସମୟ ଗଡୁଛି, ସସପେନ୍ସ ବଢୁଛି । ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଅନେକ ଚର୍ଚ୍ଚା ବି କରାଯାଉଛି । ନିର୍ବାଚନ ଫଳାଫଳ ଘୋଷଣାର ଗୋଟିଏ ସପ୍ତାହ ହୋଇଥିଲେ ବି କିଏ ମୁଖ୍ୟମନ୍ତ୍ରୀ ହେବେ ଏଯାଏଁ କାହାରିକୁ ଜଣାନାହିଁ । କେବଳ ବିଜେପି ନେତା ଓ କର୍ମୀ ନୁହଁନ୍ତି । ସାରା ରାଜ୍ୟବାସୀ ଚାହିଁ ବସିଛନ୍ତି ଏ ବିଷୟରେ ଜାଣିବା ପାଇଁ ।

odisha assembly election

ଆଜି ବିଜେପିର ବିଧାୟକ ଦଳ ବୈଠକ ବସିବ ଏବଂ ବୈଠକରେ ସର୍ବସମ୍ମତି କ୍ରମେ ମୁଖ୍ୟମନ୍ତ୍ରୀ ଚୟନ କରାଯିବ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ ବୋଲି ସୂଚନା ମିଳିଛି ।

।ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇନଥିଲେ ମଧ୍ୟ ଅନେକ ନେତାଙ୍କ ନାଁକୁ ନେଇ ଜୋର୍ ଧରିଛି ଚର୍ଚ୍ଚା ଆଲୋଚନା। ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ହେଲେ ସେ କେନ୍ଦ୍ର କ୍ୟାବିନେଟ୍ରେ ସାମିଲ ହେବା ପରେ ଏବେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନାଁକୁ ନେଇ ଜୋର୍ ଧରିଛି ଚର୍ଚ୍ଚା । ନିର୍ବାଚନ ପୂର୍ବରୁ ମେଣ୍ଟକୁ ବିରୋଧ କରିବା ସହ ରାଜ୍ୟରେ ବିଜେପି ସରକାର ଆଣିବାରେ ମନମୋହନଙ୍କ ଭୂମିକା ଏଭଳି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ।

ସେହିଭଳି ବ୍ରଜରାଜନଗରରୁ ନବନିର୍ବାଚିତ ବିଧାୟକ ସୁରେଶ ପୂଜାରୀଙ୍କ ନାଁ ମଧ୍ୟ ମୁଖ୍ୟମନ୍ତ୍ରୀ ଚର୍ଚ୍ଚାରେ ରହିଛି । ପୂର୍ବତନ ରାଜ୍ୟ ବିଜେପି ସଭାପତି ତଥା ପୂର୍ବତନ ସାଂସଦ ସୁରେଶ ପୂଜାରୀ ରାଜ୍ୟ ବିଜେପିର ଜଣେ ବରିଷ୍ଠ ତଥା ଅଭିଜ୍ଞ ରାଜନେତା । ସେହିପରି ପାଟଣାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରଣପୁର ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି ।

ରାଜ୍ୟ ବିଜେପି ମନ୍ତ୍ରୀ ମଣ୍ଡଳରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିପାରନ୍ତି ବୋଲି କୁହାଯାଉଛି । ମହିଳା କୋଟାରେ ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ା ଓ ଆଦିବାସୀ ଚେହେରା ତଥା କେନ୍ଦୁଝର ବିଧାୟକ ମୋହନ ମାଝି ଏହି ରେସ୍ରେ ଥିବା ଚର୍ଚ୍ଚା ହେଉଛି । ସେହିଭଳି ଯୁବ ଚେହେରା ଭାବେ ଚିଲିକା ବିଧାୟକ ପୃଥ୍ବୀରାଜ ହରିଚନ୍ଦନ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କ ନାଁକୁ ନେଇ ମଧ୍ୟ ଆଲୋଚନା ହେଉଛି । ମନ୍ତ୍ରୀମଣ୍ଡଳରେ ସାମିଲ ପାଇଁ ୩୦ରୁ ଅଧିକ ବିଧାୟକ ଲବିରେ ଥିବା କୁହାଯାଉଛି । ଏବେ ଅପେକ୍ଷା କିଏ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+