ଓଡ଼ିଶା ବିଧାନସଭା ନିର୍ବାଚନ: ଅନୁଭବ ଲେଖିଲେ, ନବୀନଙ୍କ ଆଶୀର୍ବାଦ ଓ ମୋଦୀଙ୍କ ନେତୃତ୍ୱରେ ରାଜ୍ୟରେ ସରକାର ଗଢିବ ବିଜେପି
ଦ୍ଵନ୍ଦ ଆଣିଲା ଅନୁଭବଙ୍କ ଫେସବୁକ୍ ପୋଷ୍ଟ । କଣ କହିବାକୁ ଚାହୁଁଛନ୍ତି ଅନୁଭବ । ବିଜେଡି ଛାଡି ବିଜେପି ଯୋଗ ଦେବା ପରେ ଏକ ଅଦ୍ଭୁତ ପୋଷ୍ଟ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଅନୁଭବ ।
ଅନୁଭବ ଲେଖିଛନ୍ତ, ସବୁବେଳେ ନିଜ ପ୍ରତିଶ୍ରୁତି ଅନୁଯାୟୀ ଜାଗ୍ରତ ହେବାକୁ ମୁଁ ଚେଷ୍ଟା କରିଛି । ନିର୍ବାଚନୀ ପ୍ରଚାର ତାଲିକାରେ ସ୍ଥାନ ଦେଇଥିବାରୁ ସେ ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହ, ଜେପି ନଡ୍ଡା ଧର୍ମେନ୍ଦ୍ର ପ୍ରଧାନ, ମନମୋହନ ସାମଲ ବାବୁ, ଭାରତୀୟ ଜନତା ପାର୍ଟିର ସମସ୍ତ ମାନ୍ୟଗଣ୍ୟ ନେତୃବୃନ୍ଦ ତଥା ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କୁ ମୋର କୃତଜ୍ଞତା ଜଣାଉଛି ।

ସେ ଆହୁରି ଲେଖିଛନ୍ତି ଯେ, ଆମେ ଏକ ହୋଇ ନିଜ ମାତୃଭୂମିର ଅନନ୍ୟ ଗୌରବକୁ ଅନୁପ୍ରବେଶକାରୀଙ୍କ ଆଗରେ ନଇଁବାକୁ କଦାପି ଦେବାନାହିଁ । ନିଜ ସୋସିଆଲ ମିଡିଆ ପୋଷ୍ଟରେ ଅନୁଭବ ଭାରତୀୟ ଜନତା ପାର୍ଟି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି।
ଆସନ୍ତୁ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ତଥା ମାନ୍ୟବର ନବୀନ ସାର୍ ଙ୍କ ଆଶୀର୍ବାଦରୁ ଓଡ଼ିଶାରେ ମାନ୍ଯବର ଶ୍ରୀ ନରେନ୍ଦ୍ର ମୋଦି ଜୀଙ୍କର ସାହସିକ ତଥା ଗତିଶୀଳ ନେତୃତ୍ୱରେ ବିଜେପି ସରକାର ଗଠନ କରି ଆମେ ନୂତନ ଆରମ୍ଭର ସାକ୍ଷୀ ହେବା ।












Click it and Unblock the Notifications