Assembly Election 2024: ଶଙ୍ଖ ରୁ ‘ଯୋଡ଼ି ଶଙ୍ଖ', କଣ ହୋଇପାରେ କାରଣ

Assembly Election 2024: ଚଳିତ ନିର୍ବାଚନରେ ରାଜ୍ୟ ରାଜନୀତି ବେଶ୍ ରୋଚକ ହୋଇ ଉଠିଛି । ବିଗତ କିଛି ନିର୍ବାଚନରେ ଏକ ତରଫା ବିଜୟୀ ହେଉଥିବା ବିଜେଡ଼ି ବିପକ୍ଷରେ ଲଢିବାର ବଳ ବି ଗୋଟାଇ ପାରୁନଥିଲେ ବିରୋଧୀ କଂଗ୍ରେସ ଓ ବିଜେପି । କିନ୍ତୁ 2024 ନିର୍ବାଚନରେ ଜୋରଦାର ଲଢେଇ ହେବାଭଳି ଚିତ୍ର ସ୍ପଷ୍ଟ ହୋଇଛି । ବିରୋଧୀ ବିଜେପି ଏଥର ପ୍ରସଙ୍ଗକୁ କେନ୍ଦ୍ର କରି ରଣହୁଙ୍କାର ଦେଇଛି । ବିଜେଡ଼ି ସରକାର ବିରୋଧରେ ପ୍ରଚାର କରିବା ସହ ସରକାରଙ୍କ ବିଫଳତାକୁ ଦର୍ଶାଇ ନିର୍ବାଚନ ବୈତରଣୀ ପାର୍ ହେବାକୁ ଚେଷ୍ଟା କରୁଛି ।

ଅପରପକ୍ଷରେ ଶାସକ ବିଜେଡିକୁ ଏଥର ନିର୍ବାଚନରେ ବେଶ୍ କସରତ କରିବାକୁ ପଡ଼ୁଛି । ଗତ ନିର୍ବାଚନମାନଙ୍କରେ ଦଳକୁ ସେତେଟା ପରିଶ୍ରମ କରିବାକୁ ପଡ଼ୁନଥିବା ନଜିର ରହିଛି । କିନ୍ତୁ ଚଳିତ ନିର୍ବାଚନରେ ବିଜେଡ଼ି ଆଗରେ ବିଜେପି କଣ୍ଟା ସାଜିଥିବା ଦେଖିବାକୁ ମିଳୁଛି । ବିଜେଡ଼ି ଏଥର 'ଯୋଡ଼ି ଶଙ୍ଖ' ନାରା ନେଇ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି । ତେବେ ନବେ ଦଶକ ଶେଷ ଆଡ଼କୁ ଆରମ୍ଭ ହୋଇଥିବା ଦଳ 'ଶଙ୍ଖ' ଚିହ୍ନରେ ଭୋଟ୍ ମାଗୁଥିବା ବେଳେ ଏଥ 'ଯୋଡ଼ି ଶଙ୍ଖ' କୁ କାହିଁକି ନାରା କରିଛି ବିଜେଡ଼ି ?

Assembly Election 2024

ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ପ୍ରଚାର ପୂର୍ବରୁ 'ଯୋଡି ଶଙ୍ଖ'ର ଭିଡିଓ ବାର୍ତ୍ତା ଜାରି କରିଥିଲେ । ଏହା ପରେ ଦଳ ଓ ସମର୍ଥକଙ୍କ ପକ୍ଷରୁ ଏହାକୁ ଜୋରଦାର ପ୍ରଚାର କରାଯାଇଥିଲା । ଏପରିକି ବିଜେଡ଼ି ପ୍ରାର୍ଥୀମାନେ ଯୋଡ଼ି ଶଙ୍ଖ ନାରା ଦେଇ ଭୋଟ୍ ମାଗିବାରେ ଲାଗି ପଡ଼ିଛନ୍ତି । ଉଭୟ ଲୋକସଭା ଓ ବିଧାନସଭା ପାଇଁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଦଳ ଭୋଟର୍‌ଙ୍କୁ ଅପିଲ କରୁଛି ।
ତେବେ ପ୍ରଶ୍ନ ଉଠୁଛି, କେବଳ 'ଶଙ୍ଖ' ରେ 5 ଟି ନିର୍ବାଚନ ଜିତିଥିବା ବିଜେଡି 'ଯୋଡି ଶଙ୍ଖ' ଫର୍ମୁଲା କାହିଁକି ଆପଣାଇଛି ?

ରାଜନୈତିକ ଦୃଷ୍ଟି କୋଣରୁ ଦେଖିଲେ, ବିରୋଧୀ ବିଜେପି 'ଓଡ଼ିଆ ଅସ୍ମିତା' କୁ ଏଥର ନିର୍ବାଚନର ମୁଖ୍ୟ ପ୍ରସଙ୍ଗ କରିଛି । ବିଜେଡ଼ି ସରକାର ଓଡ଼ିଆ ଅସ୍ମିତାର ବିରୋଧୀ ବୋଲି ଦର୍ଶାଉଛି ବିରୋଧୀ ବିଜେପି । ଏହାର ଜବାବ ରେ ବିଜେଡ଼ି 'ଯୋଡ଼ି ଶଙ୍ଖ' କୁ ନାରା କରିଥାଇପାରେ । କାରଣ, ଓଡ଼ିଶାର ଲୋକନୃତ୍ୟ ଭାବେ 'ଯୋଡି ଶଙ୍ଖ'ର ବେଶ୍ ଖ୍ୟାତି ରହିଛି । ଗଞ୍ଜାମ ଜିଲ୍ଲା ନରେନ୍ଦ୍ରପୁରର ଏହି ପାରମ୍ପରିକ ନୃତ୍ୟକଳା ଦେଶ ବିଦେଶରେ ପରିଚୟ ସୃଷ୍ଟି କରିଛି ।

ପିଢ଼ି ପିଢ଼ି ଧରି ଯୋଡ଼ିଶଙ୍ଖ ନୃତ୍ୟର ପରମ୍ପରାକୁ ଆଗକୁ ନେବା ସହିତ କଳାକାରମାନେ ଅନେକ ମାନ, ସମ୍ମାନ ଓ ପୁରସ୍କାର ପାଇଛନ୍ତି । ତେବେ ରାଜ୍ୟରେ ଏକ ସୀମିତ କ୍ଷେତ୍ରରେ ହିଁ ସେମାନଙ୍କ କଳା ଏବେ ଆବଦ୍ଧ ହୋଇ ରହିଯାଇଥିବା ମନେହୁଏ । ଠାକୁରାଣୀଯାତ୍ରା, ଦଣ୍ଡ ନାଚ, ବାହାଘର ଆଦି କାର୍ଯ୍ୟକ୍ରମ ବିଶେଷ କରି ନିର୍ବାଚନ ସମୟରେ ଯୋଡିଶଙ୍ଖ ନୃତ୍ୟ ଦେଖିବାକୁ ମିଳେ । ତେଣୁ ବିଜେଡ଼ି 'ଯୋଡ଼ି ଶଙ୍ଖ' ନାରା ଦେଇ ଓଡ଼ିଶାର କଳା ସଂସ୍କୃତିକୁ ସମ୍ମାନ ଦେଉଥିବା ଦର୍ଶାଇବାକୁ ଚେଷ୍ଟା କରୁଥାଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+