ଓଡ଼ିଶାର ୪ ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ଆସନରେ ଭିନ୍ନ ମତଦାନ ସମୟ, ଜାଣନ୍ତୁ ଭୋଟ୍ ଦେବା ସମୟ

ଓଡ଼ିଶାର ୪ ସଂସଦୀୟ କ୍ଷେତ୍ରରେ ମତଦାନ ନେଇ ସମୟ ନିର୍ଘଣ୍ଟ ହୋଇଛି । ସବୁଠି ସକାଳ ୭ରୁ ଆରମ୍ଭ ହେବ ମତଦାନ ପ୍ରକ୍ରିୟା । ମାତ୍ର ମତଦାନ ଶେଷ ସମୟ ଭିନ୍ନ ରହିଛି ।

କଳାହାଣ୍ଡି ଓ ନୂଆପଡ଼ାରେ ୩୯ଟି ପୋଲିଂ ଷ୍ଟେସନ୍‌ରେ ୭ରୁ ୪ଟା ଭୋଟିଂ ହେବ । ନୂଆପଡ଼ାର ଅନ୍ୟ ପୋଲିଂ ଷ୍ଟେସନରେ ୭ରୁ ୫ଟା ପର୍ଯ୍ୟନ୍ତ ମତଦାନ । ଖଡ଼ିଆଳରେ ୨୯ଟି ପୋଲିଂ ଷ୍ଟେସନ୍‌ରେ ୭ଟାରୁ ୪ଟା ପର୍ଯ୍ୟନ୍ତ ଭୋଟିଂ। ଖଡ଼ିଆଳର ଅନ୍ୟ ପୋଲିଂ ଷ୍ଟେସନରେ ୭ରୁ ୫ଟା ପର୍ଯ୍ୟନ୍ତ ମତଦାନ। ଲାଞ୍ଜିଗଡ଼ରେ ସବୁଠି ସକାଳ ୭ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ।

ସେହିପରି ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣାରେ ସକାଳ ୭ରୁ ୫ଟା ପର୍ଯ୍ୟନ୍ତ ଭୋଟିଂ। ନର୍ଲାରେ ୧୯ଟି ପୋଲିଂ ଷ୍ଟେସନରେ ସକାଳ ୭ରୁ ୪ଟା ପର୍ଯ୍ୟନ୍ତ ଭୋଟିଂ । ନର୍ଲାର ଅନ୍ୟ ପୋଲିଂ ଷ୍ଟେସନରେ ୭ଟାରୁ ୫ଟା ପର୍ଯ୍ୟନ୍ତ ମତଦାନ ।

odisha assembly election 2024

ନବରଙ୍ଗପୁରର ଉମରକୋଟରେ ୨୨ପୋଲିଂ ଷ୍ଟେସନରେ ୭ରୁ ୪ ଭୋଟିଂ। ଉମରକୋଟର ଅନ୍ୟ ପୋଲିଂ ଷ୍ଟେସନରେ ୭ଟାରୁ ୬ଟା ପର୍ଯ୍ୟନ୍ତ ଭୋଟିଂ । ଝରିଗାଁରେ ୨୬ଟି ପୋଲିଂ ଷ୍ଟେସନରେ ୭ଟାରୁ ୪ଟା ପର୍ଯ୍ୟନ୍ତ ଭୋଟିଂ । ଝରିଗାଁରେ ଅନ୍ୟ ପୋଲିଂ ଷ୍ଟେସନରେ ୭ଟା ୬ଟା ପର୍ଯ୍ୟନ୍ତ ମତଦାନ ।

ନବରଙ୍ଗପୁରର ୧୦ଟି ପୋଲିଂ ଷ୍ଟେସନରେ ୭ଟାରୁ ୪ଟା ପର୍ଯ୍ୟନ୍ତ ଭୋଟିଂ। ନବରଙ୍ଗପୁରରେ ଅନ୍ୟ ସବୁ ପୋଲିଂ ଷ୍ଟେସନରେ ୭ଟାରୁ ୬ଟା ଭୋଟିଂ। ଡାବୁଗାଁରେ ୪ ପୋଲିଂ ଷ୍ଟେସନରେ ୭ଟାରୁ ୪ଟା ଯାଏ ମତଦାନ। ଡାବୁଗାଁରେ ଅନ୍ୟ ସମସ୍ତ ପୋଲିଂ ଷ୍ଟେସନରେ ୭ଟାରୁ ୬ଟା ମତଦାନ । କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡାରେ ୭ଟାରୁ ୫ଟା ପର୍ଯ୍ୟନ୍ତ ଭୋଟିଂ।

ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ୬ଟି ବିଧାନସଭା କ୍ଷେତ୍ରରେ ୭ରୁ ୬ଟା ଭୋଟିଂ । ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡିରେ ୭ରୁ ୬ଟା ଭୋଟିଂ । ଚିକିଟି ଓ ପାରଳାଖେମୁଣ୍ଡିରେ ମଧ୍ୟ ସକାଳ ୭ରୁ ୬ଟା ପର୍ଯ୍ୟନ୍ତ ଭୋଟିଂ। ମୋହନାର ସବୁଠି ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟିଂ ।

କୋରାପୁଟ ସଂସଦୀୟ କ୍ଷେତ୍ରର ୪ଟି ବିଧାନସଭା କ୍ଷେତ୍ରରେ ୭ରୁ ୫ଟା ଭୋଟିଂ । ଗୁଣୁପୁର, ବିଷମକଟକ, ରାୟଗଡ଼ା, କୋରାପୁଟରେ ୭ରୁ ୫ଟା ଭୋଟିଂ । ଲକ୍ଷ୍ମୀପୁର ଓ ପଟାଙ୍ଗୀରେ ସକାଳ ୭ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟିଂ। ଜୟପୁର ବିଧାନସଭା କ୍ଷେତ୍ରରେ ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟିଂ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+