ଜୟ ନୀଳମାଧବ କହି ଖଣ୍ଡପଡାରେ ପ୍ରଚାର ଆରମ୍ଭ କଲେ ପାଣ୍ଡିଆନ୍; କହିଲେ ଦୁଇଟି ଶଙ୍ଖ ବାଜିଲେ ଖଣ୍ଡପଡାରେ ନବୀନ ଇଞ୍ଜିନ ଚାଲିବ

ଖଣ୍ଡପଡାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ । ଜନସଭାକୁ ସମ୍ବୋଧିତ କରି ଭି କେ ପାଣ୍ଡିଆନ କହିଛନ୍ତି, ବିଜେଡି ପ୍ରାର୍ଥୀ ବିଜୟୀ ହେଲେ ଖଣ୍ଡପଡାର ଉନ୍ନତି ହେବ ।

ଏହି ଅବସରରେ ଜୟ ଜଗନ୍ନାଥ, ଜୟ ନୀଳମାଧବ କହି ପ୍ରଚାର ଆରମ୍ଭ କରିଥିଲେ ପାଣ୍ଡିଆନ୍ । ଆପଣମାନେ କେମିତି ଅଛନ୍ତି ବୋଲି ପଚାରି ଉପସ୍ଥିତ ଜନତାଙ୍କୁ ଧନ୍ୟବାଦ ଜଣାଇଥିଲେ । ବିଜେଡି ପ୍ରାର୍ଥୀ ବିଜୟୀ ହେଲେ ଖଣ୍ଡପଡାର ଉନ୍ନତି ହେବ ବୋଲି ପାଣ୍ଡିଆନ୍
କହିଥିଲେ । ଏହାସହ ଦୁଇଟି ଶଙ୍ଖ ବାଜିଲେ ଖଣ୍ଡପଡାରେ ନବୀନ ଇଞ୍ଜିନ ଚାଲିବ । ଯାହା ବି ଦାବି ରହିଛି, ତାହା ଖୁବ୍ କମ ଦିନରେ ପୂରଣ ହେବ । ବିଭିନ୍ନ ମନ୍ଦିରର ରୂପାନ୍ତରଣ ସହ ଦକ୍ଷତା ବିକାଶ କେନ୍ଦ୍ର ଏଠାରେ ଖୋଲାଯିବ ବୋଲି କହିଛନ୍ତି ପାଣ୍ଡିଆନ ।

odisha assembly election 2

ବିରୋଧୀ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ନିର୍ବାଚନ ସମୟରେ ବିଜେପିର ନେତା ଆସି ବଡ ବଡ କଥା କହିବେ । ମିଠା କଥା କହିବେ, କୁମ୍ଭୀର କାନ୍ଦଣା କାନ୍ଦିବେ । ନିର୍ବାଚନ ପରେ ଖୋଜିଲେ ସେମାନଙ୍କୁ ପାଇବେ ନାହିଁ । କିନ୍ତୁ ମୁଖ୍ୟମନ୍ତ୍ରୀ ସବୁବେଳେ ସାଥୀରେ ଛିଡା ହେବେ ।

ସେ କହିଛନ୍ତି, ଆପଣଙ୍କ ଆଶୀର୍ବାଦରେ ଜୁନ୍ ୯ରେ ମୁଖ୍ୟମନ୍ତ୍ରୀ ପୁଣିଥରେ ଶପଥଗ୍ରହଣ କରିବେ । ନବୀନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ବିଜୁଳି ଛାଡ କରିବାକୁ ପ୍ରଥମ ଦସ୍ତଖତ କରିବେ । ଯାହାଦ୍ୱାରା ୯୦% ଲୋକ ଉପକୃତ ହେବେ ।

୨ଟି ଶଙ୍ଖ ବାଜିଲେ ଖଣ୍ଡପଡାରେ ନବୀନ ଇଞ୍ଜିନ ଚାଲିବ । ଯାହା ବି ଦାବି ରହିଛି, ତାହା ଖୁବ୍ କମ ଦିନରେ ପୂରଣ ହେବ । ବିଭିନ୍ନ ମନ୍ଦିରର ରୂପାନ୍ତରଣ ସହ ଦକ୍ଷତା ବିକାଶ କେନ୍ଦ୍ର ଏଠାରେ ଖୋଲାଯିବ ବୋଲି କହିଛନ୍ତି ପାଣ୍ଡିଆନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+