ବିଜେଡିରୁ ଇସ୍ତଫା ଦେଲେ ରାସେଶ୍ବରୀ ପାଣିଗ୍ରାହୀ; ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ଦେଲେ ଇସ୍ତଫା

ବିଜେଡିରୁ ଇସ୍ତଫା ଦେଲେ ରାସେଶ୍ବରୀ ପାଣିଗ୍ରାହୀ । ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ । ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ଇସ୍ତଫା ଦେଲେ । ଦଳର ସୁପ୍ରିମୋ ନବୀନଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର । ସମ୍ବଲପୁରରୁ ଟିକେଟ ଆଶାୟୀ ଥିଲେ ରାସେଶ୍ବରୀ ।

ବିଜେଡିରୁ ଇସ୍ତଫା ପରେ ରାସେଶ୍ବରୀ ପାଣିଗ୍ରାହୀ ପ୍ରେସମିଟ ରଖିଛନ୍ତି ।
ସମ୍ବଲପୁରର ସ୍ବାଭିମାନ ଓ ଅସ୍ମିତା ପାଇଁ ବିଜେଡି ଛାଡ଼ିଲି ବୋଲି ସେ କହିଛନ୍ତି । ଦଳ ଯେଭଳି ନିଷ୍ପତ୍ତି ନେଲା, ସମ୍ବଲପୁର ପାଇଁ ଅପମାନ । ସମ୍ବଲପୁରରେ କଣ ନେତା ନାହାନ୍ତି, ବାହାରୁ ଆଣି ଲଢ଼ାଉଛନ୍ତି।

Rasheswari panigarahi

ସମ୍ବଲପୁର ବିଧାନସଭା ଆସନ ପାଇଁ ରାସେଶ୍ୱରୀ ଆଶାୟୀ ଥିବା ବେଳେ ଦଳ ରୋହିତ ପୂଜାରୀଙ୍କୁ ଦଳ ଟିକେଟ୍‌ ଦେଇଛି । ପ୍ରଥମେ ଏହି ଆସନ ପାଇଁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ଟିକେଟ୍‌ ଦେଇଥିଲା। କିନ୍ତୁ ପ୍ରସନ୍ନଙ୍କ ଅସନ୍ତୁଷ୍ଟ ଥିବା ଜାଣି ସିଟ୍‌ ଅଦଳବଦଳ କରିଥିଲା ବିଜେଡି। ରୋହିତଙ୍କୁ ସମ୍ବଲପୁର ଏବଂ ପ୍ରସନ୍ନଙ୍କୁ ରେଢ଼ାଖୋଲ ଆସନ ପାଇଁ ଟିକେଟ ଦେଇଥିଲା ଦଳ। କୁହାଯାଉଛି କି ପ୍ରସନ୍ନଙ୍କ ଜିଦ୍‌ ଆଗରେ ହାର ମାନିଲା ଦଳ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+