ରାୟଗଡ଼ା ସଭାରେ ରାଜନାଥଙ୍କ ରଣହୁଙ୍କାର; କହିଲେ ୨୧ରୁ ୨୧ ଲୋକସଭା ସିଟ୍ ଜିତିବୁ ବୋଲି ଓଡ଼ିଶାବାସୀ କହୁଛନ୍ତି

Odisha Assembly Election 2024/ Lok Sabha Election 2024 : ରାୟଗଡ଼ା ସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମ୍ବୋଧନ । ବିଜେଡ଼ି ଓ କଂଗ୍ରେସ ଉପରେ ବର୍ଷିଲେ ରାଜନାଥ । ଅନେକ ଥର ଓଡ଼ିଶା ଆସିଛି, କିନ୍ତୁ ଏଥର ମାହୋଲ ବଦଳିଲା ଭଳି । ଏଥର ୨୧ରୁ ୨୧ ଲୋକସଭା ସିଟ୍ ଜିତିବୁ ଓଡ଼ିଶାବାସୀ କହୁଛନ୍ତି । ଏହା ଜଗନ୍ନାଥଙ୍କ ଧରିତ୍ରୀ, ବିଦେଶରେ ବି ଜଗନ୍ନାଥଙ୍କ ପ୍ରତି ସମସ୍ତଙ୍କ ଶ୍ରଦ୍ଧା ।

ଲମ୍ବା ସମୟ କଂଗ୍ରେସ ଦେଶରେ ଶାସନ କଲା। କେହି ବି ଦେଶରୁ ଗରିବୀ ହଟାଇ ପାରିଲେନି । କିନ୍ତୁ ମୋଦି ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତ କରିଛନ୍ତି । ପ୍ରଥମେ ଓଡ଼ିଶା ଆସିଲା ବେଳେ ଗରିବୀ ଦେଖିବାକୁ ମିଳୁଥିଲା । କିନ୍ତୁ ଏବେ ଓଡ଼ିଶାରେ ପରିବର୍ତ୍ତନ ଦେଖିବାକୁ ମିଳୁଛି ।

ବିଜେଡି ସରକାରରେ ଯେଉଁ ସୁବିଧା ମିଳୁନି, ବିଜେପି ଆସିଲେ ମିଳିବ । ଆୟୁଷ୍ମାନ ଭାରତ ଯୋଜନା ପ୍ରସଙ୍ଗ ଉଠାଇ ଟାର୍ଗେଟ କଲେ । ରାଜ୍ୟରେ ବିଜେପି ସରକାର ଆସିଲେ ଆୟୁଷ୍ମାନ ସୁବିଧା ମିଳିବ । ସମସ୍ତଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ମିଳିବ। ଆମେ ଯାହା କହୁ, ତାହା କରୁ କହିଲେ ରାଜନାଥ ସିଂ ।

rajnath singh

କଂଗ୍ରେସ ଓ ବିଜେଡି କେବଳ ଆଶ୍ୱାସନା ଦେଲେ, ପୂରଣ କଲେନି । ଯଦି ଆଶ୍ୱାସନା ପୂରଣ କରିଥାଆନ୍ତେ ଓଡ଼ିଶାରେ ଗରିବୀ ହଟିଥାଆନ୍ତା । ୩୭୦ ହଟାଇବାକୁ କହିଥିଲୁ, ପୂରଣ କଲୁ । ରାମ ମନ୍ଦିର ପ୍ରତିଷ୍ଠା କରିବାକୁ କହିଥିଲୁ, ତିଆରି କଲୁ ।

ତିନି ତଲାକ ସମାପ୍ତ କରିବାକୁ କହିଥିଲୁ, କରି ଦେଖାଇଲୁ । ଯେଉଁ ଧର୍ମର ହେଉନା କାହିଁକି ମାଆ, ଭଉଣୀଙ୍କୁ ଅସମ୍ମାନ ବରଦାସ୍ତ ହେବନି
କଂଗ୍ରେସ କହୁଥିଲା ଦୁର୍ନୀତି ହଟାଇବୁ, ହଟିଲା କି ? ବୋଲି ସେ ପ୍ରଶ୍ନ କରିଛନ୍ତି ।

କରୋନା ସମୟରେ ଭାରତର ଦକ୍ଷତା ବଖାଣିଲେ । ବୈଜ୍ଞାନିକଙ୍କ ସହ କଥା ହୋଇ ମୋଦି କରୋନା ଟିକା ପ୍ରସ୍ତୁତ କଲେ । ଆମ ଦେଶର ଲୋକେ ଟିକା ନେବା ସହ ବିଦେଶକୁ ପଠାଗଲା । ୨୦୦୪ରେ ଭାରତର ସ୍ଥାନ ଅର୍ଥନୀତିରେ ଏକାଦଶ ଥିଲା । ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ପଞ୍ଚମ ସ୍ଥାନକୁ ଉନ୍ନୀତ ହେଲୁ । ୨୦୨୭ରେ ଆମ ଦେଶ ଟପ୍ ଥ୍ରୀ ଭାବେ ଉଭା ହେବ । ଆମେରିକା, ଚୀନ୍ ପଛକୁ ତୃତୀୟ ସ୍ଥାନରେ ରହିବୁ ।

ଆଦିବାସୀଙ୍କୁ ଆମ ସରକାର ସବୁଠୁ ଅଧିକ ସମ୍ମାନ ଦିଏ ।
ବିର୍ସା ମୁଣ୍ଡା ଜନ୍ମଦିନ ସାରା ଦେଶରେ ପାଳନ କରାଯାଉଛି ।
କଂଗ୍ରେସ ସମୟରେ ଏହା ହୋଇ ପାରି ନଥିଲା । ମୁଦ୍ଦା ନଥିବାରୁ ବିରୋଧୀ ଆମ ନାଁରେ ଅପପ୍ରଚାର କରୁଛି । ବିଜେପି ସମ୍ବିଧାନ ସଂଶୋଧନ କରିବ ବୋଲି ଅପପ୍ରଚାର କରୁଛି । କିନ୍ତୁ ସବୁଠୁ ଅଧିକ ୮୦ ଥର କଂଗ୍ରେସ ସମ୍ବିଧାନ ବଦଳାଇଛି । ଏପରିକି ସମ୍ବିଧାନର ମୁଖବନ୍ଧ ବା ଆତ୍ମାକୁ ବଦଳାଇଛି କଂଗ୍ରେସ ।

ଇଡି, ସିବିଆଇ କଥା ଉଠାଇ ବିରୋଧୀଙ୍କୁ ନିଶାନା କଲେ । ଯାଞ୍ଚକାରୀ ସଂସ୍ଥାକୁ କାର୍ଯ୍ୟ କରିବାକୁ ଦିଆଯାଉ, ଆପଣ କୋର୍ଟ ଯାଆନ୍ତୁ ବୋଲି ରାଜନାଥ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+