ଓଡ଼ିଶା ବିଧାନସଭା ନିର୍ବାଚନ: ସାଲେପୁର ସଭାରେ ବର୍ଷିଲେ ରାହୁଲ, କହିଲେ ....

ସାଲେପୁର ସଭାରେ ରାହୁଲ ଗାନ୍ଧିଙ୍କ ଅଭିଭାଷଣ । ଏତେ ଖରାରେ ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ । ନବୀନ ଏଠାରେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି । ଅଳ୍ପ କିଛି ଲୋକ ହିଁ ସବୁ ଫାଇଦା ଉଠାଉଛନ୍ତି

ସାଲେପୁର ସଭାରେ ଆରମ୍ଭରୁ ବର୍ଷିଲେ ରାହୁଲ ଗାନ୍ଧି । ସେ କହିଛନ୍ତି, ନବୀନ ପଟ୍ଟନାୟକ ଏଠାରେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି । ଅଳ୍ପ କିଛି ଲୋକ ହିଁ ସବୁ ଫାଇଦା ଉଠାଉଛନ୍ତି।

rahul gandhi

ଦେଶର କୋଟି କୋଟି ଲୋକଙ୍କ ଖାତାକୁ ଲକ୍ଷେ ଟଙ୍କା ଦେବୁ। ବହୁତ ହୋଇଗଲା, ବହୁତ ପାନ ଖାଇ ପେଟ ଖରାପ ହେଲାଣି। କମିଶନ ବସାଇବୁ, ଚାଷୀଙ୍କ ଋଣ ଛାଡ଼ କରିବୁ। ଆଶା, ଅଙ୍ଗନବାଡ଼ି ଦିଦିଙ୍କ ପାରିଶ୍ରମିକ ଦୁଇଗୁଣା କରିବୁ। ମନରେଗା ମଜୁରୀ ୪ ଶହ ଟଙ୍କା କରିବୁ। ଆଦିବାସୀଙ୍କୁ ଜଙ୍ଗଲ, ଜଳ, ଜମି ହସ୍ତାନ୍ତର କରାଯିବ କହିଲେ ରାହୁଲ।।

କଂଗ୍ରେସ ତେଲେଙ୍ଗାନାରେ ବିଜେପି-ବିଆର୍‌ଏସ୍‌ ମେଣ୍ଟ ପଦାକୁ ଆଣିଥିଲା। ନିର୍ବାଚନ ହେଲା, ସେଠାରେ ବିଆର୍‌ଏସ୍‌ ପୂରା ଉଡ଼ିଗଲା । ଏଠାରେ ବିଜେପି-ବିଜେଡିର ବାହାଘର ହୋଇଯାଇଛି । ଏଠାରେ ଦୁଇ ଜଣ ଏକାଠି ରହି ଓଡ଼ିଶାବାସୀଙ୍କୁ ପାନ ଦେଇଛନ୍ତି । ଅଙ୍କଲ୍‌ ଓ ନବୀନ ବାବୁ ମିଶି ଓଡ଼ିଶା ଲୋକଙ୍କୁ ପାନ ଧରାଇଦେଲେ ।

ଦେଶର ସବୁ ଗରିବ ପରିବାରର ଜଣେ ଜଣେ ମହିଳାଙ୍କୁ ବଛାଯିବ। ଉକ୍ତ ମହିଳାଙ୍କ ବ୍ୟାଙ୍କ ଖାତାକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ପ୍ରତି ମାସରେ ୮ ହଜାର ୫ ଶହ ଟଙ୍କା ମହିଳାଙ୍କ ଖାତାକୁ ଯିବ ବୋଲି ରାହୁଲ କହିଛନ୍ତି ।ଏହାଛଡ଼ା ଚାଷୀଙ୍କ ଋଣ ଛାଡ଼ କରିବୁ ବୋଲି ମଧ୍ୟ ରାହୁଲ କହିଛନ୍ତି । ସେ କହିଛନ୍ତି, 'ପେହଲି ନୌକରୀ ପକ୍କି' ଯୋଜନା ଆଣିବ କଂଗ୍ରେସ।

ରାହୁଲ ସମସ୍ତ ବେକାର ଯୁବକ ଯୁବତୀଙ୍କୁ ଚାକିରି ଗ୍ୟାରେଣ୍ଟି ଦେଉଛୁ। ସରକାରଙ୍କୁ କେହି ଚାକିରି ମାଗିଲେ ନିଶ୍ଚିତ ଚାକିରି ମିଳିବ ବୋଲି ସେ କହିଛନ୍ତି । ଚାକିରି ମାଗିବା କ୍ଷଣି ବର୍ଷକ ପାଇଁ ଆପ୍ରେଣ୍ଟିସିପ୍‌ ଦିଆଯିବ। ଆମେ ଦେଶର କୋଟି କୋଟି ଲୋକଙ୍କୁ ଲକ୍ଷପତି ବନାଇବୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+