ଓଡ଼ିଶା ବିଧାନସଭା ନିର୍ବାଚନ: ୧୯ରେ ଓଡ଼ିଶା ଆସିବେ ମୋଦି, ୨୦ ସକାଳେ ଶ୍ରୀଜିଉଙ୍କ ଦର୍ଶନ ପରେ ପୁରୀରେ ରୋଡ ସୋ
PM Modi: ୧୯ ତାରିଖ ସନ୍ଧ୍ୟାରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସନ୍ଧ୍ୟା ୭ଟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବୈଠକରେ ସମୀକ୍ଷା । ନିର୍ବାଚନକୁ ନେଇ କର୍ମକର୍ତ୍ତାଙ୍କ ସହ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ।
୧୯ ତାରିଖରେ ରାତ୍ରୀଯାପନ କରି ୨୦ରେ ଶ୍ରୀଜିଉଙ୍କ ଦର୍ଶନ କରିବେ ମୋଦି । ୨୦ ତାରିଖ ସକାଳେ ପୁରୀରେ ରୋଡ ସୋ କରିବେ ମୋଦି।
ପରେ ଅନୁଗୁଳ ଓ କଟକରେ ପ୍ରଧାନମନ୍ତ୍ରୀଙ୍କ ପ୍ରଚାର କାର୍ଯ୍ୟକ୍ରମ।

ମୋଦି ମେ' ୬ ତାରିଖରେ ବ୍ରହ୍ମପୁର ଓ ନବରଙ୍ଗପୁର ସଂକଳ୍ପ ସମାବେଶ ବା ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ସେହିପରି ଗତ ଶୁକ୍ରବାର ଦୁଇ ଦିନ ଓଡ଼ିଶା ଗସ୍ତରେ ଆସିଥିଲେ। ଶୁକ୍ରବାର ରାତିରେ ଭୁବନେଶ୍ୱରରେ ରୋଡ୍ ଶୋ' କରିଥିଲେ। ଶନିବାର ଫୁଲବାଣୀ, ବଲାଙ୍ଗିର ଓ ବରଗଡ଼ରେ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ ।
ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ପୂର୍ବରୁ ଓଡ଼ିଶା ଆସି ପ୍ରଚାର କରି ସାରିଛନ୍ତି। ଏହା ବ୍ୟତୀତ ଦଳର ଅନ୍ୟ କେନ୍ଦ୍ରୀୟ ନେତୃବୃନ୍ଦ ଘନ ଘନ ଓଡ଼ିଶା ଆସି ଜୋରସୋର ପ୍ରଚାର କରୁଛନ୍ତି। ବାରମ୍ବାର କେନ୍ଦ୍ରୀୟ ନେତୃତ୍ବଙ୍କ ଓଡ଼ିଶା ଗସ୍ତ ରାଜ୍ୟ ବିଜେପିର ନେତା ଓ କର୍ମୀଙ୍କ ମନରେ ଉତ୍ସାହ ଭରି ଦେଇଛି ।
ସେହିପରି ଆଜି ପୁଣି ଆସିବେ ଅମିତ ଶାହ। ରାଉରକେଲାରେ ସାଧାରଣ ସଭା କରିବେ। ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ମଧ୍ୟ ଓଡ଼ିଶା ପ୍ରଚାରରେ ଆସିବେ। ସେ ସାନଖେମୁଣ୍ଡି, ଦଶପଲ୍ଲା, ଜି.ଉଦୟଗିରିରେ ପ୍ରଚାର କରିବେ।
ସେହିପରି କଟକ ଜିଲ୍ଲାରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେ ଆଠଗଡ଼ ଓ ନରସିଂହପୁରରେ ବି ପ୍ରଚାର କରିବେ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କବିସୂର୍ଯ୍ୟନଗର, କଣ୍ଟାବାଂଜି , ଲୋଇସିଂହା, ସତ୍ୟବାଦୀ ଓ ପିପିଲି ସମାବେଶ କରିବେ ।
ଓଡ଼ିଶା ଦଖଲ ଲକ୍ଷ୍ୟ ନେଇ ଘନଘନ ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ନେତୃତ୍ୱ। ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେପିର ୪ଜଣ ହେଭିୱେଟ ନେତା। ଆଜି ହେବ ହାଇଭୋଲଟେଜ ପ୍ରଚାର।












Click it and Unblock the Notifications