ଓଡ଼ିଶା ବିଧାନସଭା ନିର୍ବାଚନ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିିବା ପରେ ସେଠାରେ ରାଜଭବନ ଯିବେ ମୋଦି । ସେଠାରେ ରାତ୍ରିଯାପନ କରିବେ ପ୍ରଧାନମନ୍ତ୍ରୀ ।

ଆସନ୍ତାକାଲି ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ଏହାପରେ ପୁରୀ ବଡ଼ଦାଣ୍ଡରେ ରୋଡ ସୋ କରିବେ ମୋଦୀ । ଏହାପରେ ଢେଙ୍କାନାଳ ଯାଇ ସେଠାରେ ଜନସଭା କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ପ୍ରଧାନମନ୍ତ୍ରୀ କଟକରେ ମଧ୍ୟ ଜନସଭା କରିବେ ।

୨୦ ତାରିଖ ସକାଳେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ସକାଳ ୮ଟାରେ ବଡ଼ଦାଣ୍ଡରେ ରୋଡ ଶୋ' କରିବେ । ତା'ପରେ ଅନୁଗୋଳ ଗସ୍ତ କରି ସକାଳ ୯ଟା ୩୦ରେ ନିର୍ବାଚନୀ ସଭାରେ ଯୋଗଦେବେ । ପୂର୍ବାହ୍ନ ସାଢ଼େ ୧୧ଟାରେ କଟକରେ ଜନ ସମାବେଶକୁ ଉଦ୍‌ବୋଧନ ଦେବେ ।

narendra modi

ଅନ୍ୟପଟେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଆଜି ଓଡ଼ିଶା ଆସୁଛନ୍ତି ।ଓଡ଼ିଶାର ୩ଟି ଜାଗାରେ ସଭା କରିବେ ରାଜନାଥ ସିଂ । ପ୍ରଥମେ ରେଢ଼ାଖୋଲରେ ସଭା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ । ରେଢ଼ାଖୋଲ ପରେ ପାଟଣା ଏବଂ ଖୋର୍ଦ୍ଧାରେ ରାଜନାଥଙ୍କ ସଭାର କାର୍ଯ୍ୟକ୍ରମ ରହିଛି ।

ଆସନ୍ତା ୨୧ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶାରେ ୪ଟି ନିର୍ବାଚନୀ ସଭାରେ ଯୋଗ ଦେବେ । ପ୍ରଥମେ ସମ୍ବଲପୁରରେ ନିର୍ବାଚନ ପ୍ରଚାର କରିବେ ଅମିତ ଶାହ । ଏହାପରେ କେନ୍ଦୁଝର, ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଓ ନୟାଗଡ଼ରେ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+